ରିପୋର୍ଟ କାର୍ଡ / ପୁରୀ
ପୁରୀରେ ସେବାୟତ କୃଷ୍ଣଚନ୍ଦ୍ର ପ୍ରତିହାରୀଙ୍କ ହତ୍ୟା ମାମଲାରେ ସାମିଲ ଥିବା ଅପରାଧୀଙ୍କୁ ପୋଲିସ ଚିହ୍ନଟ |ଖୁବଶୀଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି ପୁରୀ ଏସ୍ପି କନଓ୍ୱାର ବିଶାଳ ସିଂହ କହିଛନ୍ତି । ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ସେବାୟତ କୃଷ୍ଣଚନ୍ଦ୍ର ପ୍ରତିହାରୀ ବୁଧବାର ଦିନ ଗୁଳିକରି ହତ୍ୟା କରାଯାଇଥିଲା । ଏହି ହତ୍ୟାକାଣ୍ଡ ପରେ ପୋଲିସ ବିଭିନ୍ନ ଟିମ୍ ଗଠନ କରି ଛାନ୍ଭିନ୍ ଆରମ୍ଭ କରିଥିଲା । ଏହିକ୍ରମରେ ପୋଲିସ ସମସ୍ତ ଅଭିଯୁକ୍ତଙ୍କୁ ଚିହ୍ନଟ କରିଛି । ଖୁବଶୀଘ୍ର ସେମାନଙ୍କୁ ଗିରଫ କରାଯିବ । ଏହି ଘଟଣାକୁ ପୋଲିସ ବେଶ୍ ଗୁରୁତ୍ୱ ସହ ତଦନ୍ତ କରୁଛି । ଘଟଣା ପଛରେ କଣ ସବୁ କାରଣ ଅଛି । ସେନେଇ ଖୋଲତାଡ କରୁଛି ପୋଲିସ । ଖାସ୍ କରି ବ୍ୟକ୍ତି ଗତ ଶତ୍ରୁତା, ଜମିଜମା ମାମଲା, ଗୁନ ସିଂହାରୀ ହତ୍ୟା କାଣ୍ଡ ଘଟଣା ସହ ଅନ୍ୟ ସମସ୍ତ ଦିଗ ଉପରେ ପୋଲିସ ଅନୁଧ୍ୟାନ କରୁଛି।






More Stories
ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା; ବିଦ୍ୟାଭାରତୀଙ୍କ ଆବେଦନର ଶୁଣାଣି ଶେଷ….
ଆମ ବସ୍’ ଯାତ୍ରା ମାଗଣା…..
ଡି.ଏ.ଭି. ପବ୍ଲିକ୍ ସ୍କୁଲ,କଳିଙ୍ଗ ନଗରରେ ରକ୍ଷାବନ୍ଧନ ଉତ୍ସବ ପାଳିତ…..