ରିପୋର୍ଟ କାର୍ଡ / ଭୁବନେଶ୍ୱର
ଭୁବନେଶ୍ୱର ମଞ୍ଚେଶ୍ୱର ମୁଣ୍ଡାସାହି ଗୋଷ୍ଠୀ ସଂଘର୍ଷ ଘଟଣାରେ ଶନିବାର ୨୧ ଜଣଙ୍କୁ ଗିରଫ କରିଛି ମଞ୍ଚେଶ୍ୱର ପୋଲିସ । ଗିରଫ ମାନଙ୍କ ମଧ୍ୟରେ ୪ ଜଣ ନାବାଳକ ରହିଛନ୍ତି। ଏହି ଘଟଣାରେ ବେସବଲ ବ୍ୟାଟ୍ , ଖଣ୍ଡା, ଭୁଜାଲି , ମାରଣାସ୍ତ୍ର ମଧ୍ୟ ଜବତ କରିଛି। ସୂଚନା ଯୋଗ୍ୟ, ଶୁକ୍ରବାର ମଞ୍ଚେଶ୍ୱର ମୁଣ୍ଡାସାହିରେ ପ୍ରାୟ ଅଧଘଣ୍ଟା ଧରି ଗୋଷ୍ଠୀ ସଂଘର୍ଷ ହୋଇଥିଲା। ଛୋଟ କଥାକୁ ନେଇ ଏହି ଝଗଡା ହୋଇଥିବା ବେଳେ ପ୍ରାୟ ୪୦ ରୁ ୫୦ ଯୁବକ ଏହି ଆକ୍ରମଣରେ ସାମିଲ ଥିଲେ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଏହି ଘଟଣାର ଦୃଶ୍ୟ ସିସିଟିଭରେ କଏଦ ହୋଇଥିବା ବେଳେ ପୁଲିସ ସିସିଟିଭ ଯାଞ୍ଚ ସହିତ ତଦନ୍ତ ଜାରି ରଖିଛି। ସମ୍ପୃକ୍ତ ଘଟଣାରେ ୫ ରୁ ୬ ଜଣ ଗୁରୁତରଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସା କରାଯାଉଛି।






More Stories
୧୦ ପର୍ଯ୍ୟନ୍ତ କାଳବୈଶାଖୀ…..
୧୪ ବିଶ୍ୱବିଦ୍ୟାଳୟର କୁଳପତି ନିଯୁକ୍ତ…..
ପ୍ରତିଷ୍ଠା ଦିବସରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ,ଗୃହମନ୍ତ୍ରୀ, ମୁଖ୍ୟମନ୍ତ୍ରୀ….