ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଉଦ୍ଘାଟନର ଦିନକ ପୂର୍ବରୁ ରାତିରେ ମଣିପୁରର ଚୁରାଚାନ୍ଦପୁର ଜିଲ୍ଲାର ନ୍ୟୁ ଲାମକାରେ ଥିବା ପିଟି ସ୍ପୋର୍ଟ୍ସ କମ୍ପ୍ଳେକ୍ସରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ। ଆଜି ଉକ୍ତ ଷ୍ଟାଡିୟମକୁ ମୁଖ୍ୟମନ୍ତ୍ରୀ ବିରେନ ସିଂ ଉଦ୍ଘାଟନ କରିଥାନ୍ତେ। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଗତ ରାତିରୁ ସ୍ଥାନୀୟ ଅଞ୍ଚଳରେ ୧୪୪ ଧାରା ଲାଗୁ କରାଯାଇଛି। ଏଥିସହ ଇଣ୍ଟରନେଟ ସେବାକୁ ବନ୍ଦ କରି ଦିଆଯାଇଛି। ପୋଲିସ ସୂଚନା ଅନୁଯାୟୀ, ଆଜି ମୁଖ୍ୟମନ୍ତ୍ରୀ ବୀରେନ ସିଂ ପିଟି ସ୍ପୋର୍ଟସ କମ୍ପ୍ଲେକ୍ସକୁ ଉଦ୍ଘାଟନ କରିବା ନିମନ୍ତେ କାର୍ଯ୍ୟକ୍ରମ ସ୍ଥିର ହୋଇଥିଲା । ଏଥିନିମନ୍ତେ ଗତକାଲି ସବୁ ପ୍ରସ୍ତୁତି ସରିଥିବା ବେଳେ ବହୁ ସଂଖ୍ୟାରେ ଚେୟାର ବି ପକା ଯାଇଥିଲା। ସ୍ପୋର୍ଟସ କମ୍ପ୍ଲେକ୍ସକୁ ଉଦ୍ଘାଟନ କରିବା ପରେ ମୁଖ୍ୟମନ୍ତ୍ରୀ ସଦଭାବନ ମଣ୍ଡପରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇଥାନ୍ତେ। ହେଲେ ଗତ ରାତିରେ ବହୁ ସଂଖ୍ୟାରେ ଲୋକେ ପିଟି ସ୍ପୋର୍ଟସ କମ୍ପ୍ଲେକ୍ସ ନିକଟରେ ପହଞ୍ଚି ଭଙ୍ଗାରୁଜା କରିବା ସହ ନିଆଁ ଲଗାଇ ଦେଇଥିଲେ। ଫଳରେ ତାହା ହୁତୁହୁତୁ ହୋଇ ଜଳିବାକୁ ଲାଗିଲା। ଏତିକିରେ ରାଗ ଶାନ୍ତ ନ ହେବାରୁ ସ୍ପୋଟ୍ସ କମ୍ପ୍ଲେକ୍ସରେ ବି ନିଆଁ ଲଗାଇ ଦେଲେ। ସ୍ଥାନୀୟ ଜନଜାତି ସମ୍ପ୍ରଦାୟ ପକ୍ଷରୁ ହିଂସାକୁ ଭଡ଼କାଇ ଏପରି କାଣ୍ଡ ଘଟାଯାଇଥିବା ଅଭିଯୋଗ ହୋଇଛି।






More Stories
ପ୍ରତିଷ୍ଠା ଦିବସରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ,ଗୃହମନ୍ତ୍ରୀ, ମୁଖ୍ୟମନ୍ତ୍ରୀ….
ଇରାନର ଗୁପ୍ତଚର ମୁଖ୍ୟ ନିହତ…..
ମଙ୍ଗଳବାର ଇରାନ୍ ପାଇଁ ଶେଷ ଦିନ !…..