Report Card Odisha

| Daily Odia News

କେନ୍ଦ୍ର ମନ୍ତ୍ରୀଙ୍କ ଘର ଉପରେ ଆକ୍ରମଣ, କର୍ଫ୍ୟୁ ଲାଗୁ……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ମଣିପୁର ରାଜଧାନୀ ଇମ୍ଫାଲରେ ପୁଣି ହିଂସା ଦେଖିବାକୁ ମିଳିଛି | ପୋଡ଼ାଜଳା ତଥା ଟେକା ପଥର ମାଡ଼ ଯୋଗୁ ଅଣାୟତ୍ତ ହୋଇ ପଡ଼ିଛି ସ୍ଥିତି । ଉତ୍ତ୍ୟକ୍ତ ଲୋକେ ବିଜେପି ସାଂସଦ ରାଜକୁମାର ରଞ୍ଜନ ସିଂଙ୍କ ଘର ସମେତ ବକ୍ସର ମ୍ୟାରି କମ୍‌ଙ୍କ ଗାଁ ଉପରେ ଆକ୍ରମଣ କରିବାକୁ ପଛାଇ ନାହାନ୍ତି। ସ୍ଥିତି କ୍ରମଶଃ ଅଣାୟତ୍ତ ହେବାରୁ ସମଗ୍ର ମଣିପୁରକୁ ସେନା ଓ ଆସାମ ରାଇଫଲ୍ସ ନିଜ କବଜାକୁ ନେଇ ଯାଇଛନ୍ତି। ଗୁରୁବାର ରାତିରେ ଇମ୍ଫାଲରେ ସ୍ଥିତି ଅଣାୟତ୍ତ ହେବାକୁ ଲାଗିଲା। ଉତ୍ତ୍ୟକ୍ତ ଲୋକେ ରାସ୍ତାରେ ମୁହାଁମୁହିଁ ହେବା ପରେ ବହୁ ଗାଡ଼ିମୋଟରରେ ନିଆଁ ଲଗାଇ ଦେଲେ। ଶତାଧିକ ଲୋକେ ରାସ୍ତା ଉପରକୁ ଚାଲି ଆସି ବିକ୍ଷୋଭ ପ୍ରଦର୍ଶନ କରିବା ସହ କେନ୍ଦ୍ର ସରକାରଙ୍କ ବୈଦେଶିକ ଓ ଶିକ୍ଷା ବିଭାଗର ରାଷ୍ଟ୍ର ମନ୍ତ୍ରୀଙ୍କ ଘର ଉପରକୁ ଆକ୍ରମଣ କରିଥିଲେ। ଏଥିସହ ସେମାନେ ଚୁରାଚନ୍ଦପୁରରେ ଥିବା ବକ୍ସର ମ୍ୟାରି କମ୍‌ଙ୍କ ପୈତୃକ ଗାଁ କଙ୍ଗଥେଇ ଗାଁ ଉପରେ ବି ଆକ୍ରମଣ କରିଥିଲେ। ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବାକୁ ପୋଲିସ ଲୁହବୁହା ଗ୍ୟାସ ସ୍ପ୍ରେ କରିବାକୁ ପଡ଼ିଲା। ଏହାପରେ ଗତ ରାତିରେ ଇମ୍ଫାଲର ପୂର୍ବ କୋଙ୍ଗପା ନନ୍ଦେଇ ଲେଇକେଇ ଅଞ୍ଚଳରେ ଖୁବ୍‌ ଭିଡ଼ ଜମିଥିଲା। ହେଲେ ସୁରକ୍ଷା କର୍ମୀ ତାଙ୍କୁ ଘଉଡ଼ାଇ ଦେବା ସହ ପୂର୍ବ ଓ ପଶ୍ଚିମ ଇମ୍ଫାଲରେ ଅନ୍ୟାଦେଶ ପର୍ଯ୍ୟନ୍ତ କର୍ଫ୍ୟୁ ଲଗା ଯାଇଛି। ଏହାବାଦ ବିଷ୍ଣୁପୁର ଓ ତେଙ୍ଗୋପାଲରେ ବି ୨୪ ଘଣ୍ଟିଆ କର୍ଫ୍ୟୁ ଲଗା ଯାଇଛି। ଏହାକୁ କଡ଼ାକଡ଼ି ପାଳନ କରାଯିବା ସହ କେହି ବି ଏହାକୁ ଖିଲାପ କଲେ ବରଦାସ୍ତ କରାଯିବନି ବୋଲି ଚେତାବନୀ ଦିଆଯାଇଛି।

Breaking News