Report Card Odisha

| Daily Odia News

ମଣିପୁରରେ ଇଣ୍ଟରନେଟ୍ ସେବା ବନ୍ଦ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ମଣିପୁରରେ ପୁନର୍ବାର ଇଣ୍ଟରନେଟ ସେବାକୁ ବନ୍ଦ କରାଯାଇଛି। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ସାରା ରାଜ୍ୟରେ ଅକ୍ଟୋବର ୧ ତାରିଖ ପର୍ଯ୍ୟନ୍ତ ମୋବାଇଲ ଇଣ୍ଟରନେଟ ଓ ସାଧାରଣ ଇଣ୍ଟରନେଟ୍ ସେବାକୁ ବନ୍ଦ କରାଯାଇଛି। ଗତ ୨୩ ତାରିଖରେ ରାଜ୍ୟରେ ଇଣ୍ଟରନେଟ ସେବାକୁ ସ୍ବାଭାବିକ କରାଯାଇଥିବାବେଳେ ପୁନର୍ବାର ଏହାକୁ ବନ୍ଦ କରାଯାଇଛି। ଏହା ସହିତ ରାଜ୍ୟର ସମସ୍ତ ବିଦ୍ୟାଳୟକୁ ଶୁକ୍ରବାର ପର୍ଯ୍ୟନ୍ତ ଛୁଟି ଘୋଷଣା କରାଯାଇଛି। ମଙ୍ଗଳବାର ଇମ୍ଫାଲରେ ଦୁଇଜଣ ଯୁବକଙ୍କ ହତ୍ୟାକୁ ନେଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ବିକ୍ଷୋଭ ସମୟରେ ପୁଲିସର ଲାଠି ମାଡରେ ୪୫ଜଣ ଛାତ୍ରଛାତ୍ରୀ ଆହତ ହୋଇଥିଲେ। ଆହତଙ୍କ ମଧ୍ୟରେ ଅନେକ ଛାତ୍ରୀ ରହିଛନ୍ତି। ଗତ ମେ ମାସରୁ ମଣିପୁରରେ ଜାତିଆଣ ହିଂସା ଲାଗି ରହିଛି। ହିଂସାକୁ ନେଇ ଗତ ଜୁଲାଇରେ ଦୁଇଜଣ ଛାତ୍ରଙ୍କୁ ଅପହରଣ କରାଯାଇଥିଲା। ଅପହୃତ ଦୁଇ ଛାତ୍ରଙ୍କୁ ମଙ୍ଗଳବାର ହତ୍ୟା କରାଯିବା ପରେ ଛାତ୍ର ସଂଗଠନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ମୃତ ଦୁଇ ଛାତ୍ର ହେଲେ ଫିଜାମ ହେମଜିତ (୨୦) ଓ ହିଜାମ ଲିଥୋଙ୍ଗାମ୍ବି (୧୭)। ବିକ୍ଷୋଭକାରୀମାନେ ମୁଖ୍ୟମନ୍ତ୍ରୀଙ୍କ ସଚିବାଳୟ ଅଭିମୁଖେ ଶୋଭାଯାତ୍ରାରେ ଯାଉଥିବାବେଳେ ପୁଲିସ ସେମାନଙ୍କୁ ଅଟକାଇଥିଲା। ଏହି ସମୟରେ ଉଭୟ ପକ୍ଷ ମଧ୍ୟରେ ସଂଘର୍ଷ ହୋଇଥିଲା। ମଣିପୁରରେ ହିଂସାକୁ ନିୟନ୍ତ୍ରଣ କରିବାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଫଳତାକୁ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ନିନ୍ଦା କରିଛନ୍ତି।

Breaking News