Report Card Odisha

| Daily Odia News

ମଣିପୁର ଘଟଣା ସମାଜ ପାଇଁ ଲଜ୍ଜାଜନକ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଦୁଇ ମାସ ଧରି ଚାଲିଥିବା ମଣିପୁର ହିଂସାକାଣ୍ଡକୁ ନେଇ ମୁହଁ ଖୋଲିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ମଣିପୁରରେ ଦୁଇଜଣ ମହିଳାଙ୍କୁ ନିବସ୍ତ୍ର କରି ରାସ୍ତାରେ ଟଣାଓଟରା କରିବା ଭିଡିଓ ଭାଇରାଲ୍ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି ପ୍ରଧାନମନ୍ତ୍ରୀ। ଏପରି ଘଟଣାକୁ ନିନ୍ଦା କରିବା ସହ ଏହା ସମାଜ ପାଇଁ ଲଜ୍ଜାଜନକ ବୋଲି କହିଛନ୍ତି। ଆଜି ସଂସଦରେ ମୌସୁମୀ ଅଧିବେଶନ ସମୟରେ ଏହି ଘଟଣାକୁ ନିନ୍ଦା କରିଛନ୍ତି ପ୍ରଧାନମନ୍ତ୍ରୀ। ଏହି ଘଟଣା ମୋତେ ଯନ୍ତ୍ରଣା ଦେଉଛି କହିବା ସହ ଦୁଷ୍କର୍ମକାରୀଙ୍କୁ କଦାପି ଛଡାଯିବ ନାହିଁ, ମହିଳାଙ୍କୁ ସୁରକ୍ଷା ଦେବା ପାଇଁ ଆମ ସମସ୍ତଙ୍କୁ ରାଜନୀତିଠୁ ଊର୍ଦ୍ଧ୍ୱକୁ ଯାଇ କାମ କରିବା ଉଚିତ୍ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ପ୍ରଥାନମନ୍ତ୍ରୀ ମୋଦୀ ଆହୁରି କହିଛନ୍ତି ଯେ, “ମହିଳାମାନଙ୍କ ସୁରକ୍ଷା ପାଇଁ ମୁଁ ଦେଶରେ ପ୍ରତ୍ୟେକ ମୁଖ୍ୟମନ୍ତ୍ରୀମାନଙ୍କୁ ଆହ୍ୱାନ କରୁଛି। ରାଜନୀତିଠୁ ଊର୍ଦ୍ଧ୍ୱକୁ ଯାଇ ମହିଳାଙ୍କୁ ସୁରକ୍ଷା ଦେବା ଉଚିତ।” ଗତ ମେ’ ୪ରୁ ମଣିପୁରରେ ହିଂସା ଲାଗିରହିଛି। ବର୍ତ୍ତମାନ ଭାଇରାଲ୍ ହେଉଥିବା ଭିଡିଓ ହିଂସାକାଣ୍ଡ ପୂର୍ବ ଦିନର। ୨ ମହିଳାଙ୍କୁ ନିବସ୍ତ୍ର କରି ଚାଷ ଜମିରେ ଟଣାଓଟରା କରାଯାଇଥିବା ଭିଡିଓରେ ଦେଖିବାକୁ ମିଳିଛି। ଏହି ଦୁଇ ମହିଳା କୁକି-ଜୋ ଜନଜାତିର ହୋଇଥିବା ବେଳେ ସେମାନଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରୁଥିବା ବ୍ୟକ୍ତି ମୈତି ସମୁଦାୟର ବୋଲି ଜଣାପଡିଛି। ଯୋଜନାବଦ୍ଧ ଭାବେ ଭିଡିଓ ଭାଇରାଲ୍ ହୋଇଥିବା କୁହାଯାଉଛି।

 

Breaking News