Report Card Odisha

| Daily Odia News

ମୋଦୀଙ୍କୁ ଟାର୍ଗେଟ୍‌ କଲା କଂଗ୍ରେସ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ମଣିପୁରରେ ଜାତିଆଣ ହିଂସାକୁ ନେଇ କଂଗ୍ରେସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ୍‌ କରିଛି। ସୀମାନ୍ତ ରାଜ୍ୟରେ ବିସ୍ଫୋରକ ସ୍ଥିତି ଲାଗି ରହିଥିବା ବେଳେ ଏ ବାବଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୌଣସି ବୈଠକ ନ ଡକାଇବା ଏବଂ ବୟାନ ଜାରି ନକରିବା ଉଦ୍‌ବେଜନକ ବୋଲି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଟ୍ବିଟ୍‌ କରି କହିଛନ୍ତି। ମଣିପୁରରେ ଭୀଷଣ ହିଂସା ନେଇ କେନ୍ଦ୍ର ସରକାର ଆଦୌ ବିଚଳିତ ନୁହନ୍ତି ଏବଂ ମଣିପୁର ଯେଭଳି ଭାରତର ଏକ ଅଂଶ ନୁହେଁ, ସରକାର ସେଭଳି ଆଚରଣ ଦେଖାଉଛନ୍ତି ବୋଲି ଖଡ଼ଗେ କହିଛନ୍ତି। ପ୍ରଧାନମନ୍ତ୍ରୀ ତାଙ୍କ ମନ୍‌ କୀ ବାତ୍‌ରେ ମଣିପୁର କଥା ଉଲ୍ଲେଖ କରିବା ଜରୁରୀ ଥିଲେ ମଧ୍ୟ ସେ ତାହା କଲେନାହିଁ ବୋଲି ଖଡ଼ଗେ କହିଛନ୍ତି। ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ କଡ଼ା ସମାଲୋଚନା କରି କହିଛନ୍ତି ଯେ ମଣିପୁର ଯେଉଁ ମନୁଷ୍ୟକୃତ ବିପର୍ଯ୍ୟୟର ସାମ୍ନା କରୁଛି ସେ ନେଇ ପ୍ରଧାନମନ୍ତ୍ରୀ ମୁହଁ ଖୋଲୁନାହାନ୍ତି ଏବଂ କେବଳ ଭାରତର ସଫଳତା ବଖାଣି ଆତ୍ମସନ୍ତୁଷ୍ଟିରେ ରହୁଛନ୍ତି।

Breaking News