Report Card Odisha

| Daily Odia News

ମନ୍ତ୍ରିମଣ୍ଡଳ ଘୋଷଣା କଲା ତାଲିବାନ, ୨୪ଘଣ୍ଟାରେ ଶପଥ ଗ୍ରହଣ ଉତ୍ସବ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ତାଲିବାନ ପୁନର୍ବାର ସରକାର ଗଠନ ପ୍ରକ୍ରିୟା ଚୂଡାନ୍ତ ହୋଇ ସାରିଛି | ୨୪ ଘଣ୍ଟା ମଧ୍ୟରେ ତାଲିବାନ ଶପଥ ଗ୍ରହଣ ଉତ୍ସବ ହେବ | ଏନେଇ ସୋମବାର ତାଲିବାନର ମୁଖ୍ୟ ମୁଖପାତ୍ର ଜବିହୁଲ୍ଲା ମୁଜାହିଦ ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି ଯେ ଆସନ୍ତା ୨୪ଘଣ୍ଟା ମଧ୍ୟରେ ଆମ ସରକାର ଗଠନ ହେବାକୁ ଯାଉଛି। ଏହା ଏକ ଅସ୍ଥାୟୀ ସରକାର ହୋଇଥିଲେ ମଧ୍ୟ ସ୍ଥିର ଶାସନ ପ୍ରଦାନ କରିବ। ତାଲିବାନର ମୁଖ୍ୟ ନିଷ୍ପତ୍ତି ନିର୍ଦ୍ଧାରଣକାରୀ ତଥା ‘ରେହାବରୀ ସୁରା’ର ମୁଖ୍ୟ ମୁଲ୍ଲା ମହମ୍ମଦ ହାସନ ଅଖୁନ୍ଦଙ୍କ ନେତୃତ୍ବରେ ସରକାର ଗଠନ ହେବ ଏବଂ ଏଥିରେ ମୁଲ୍ଲା ବରାଦର ଅଖୁନ୍ଦ ଓ ମୁଲ୍ଲା ଆବଦସ୍‌ ସଲାମ ଦୁଇ ଉପ-ମୁଖ୍ୟ ରହିବେ। ହକାନୀ ନେଟ୍‌ୱର୍କ ନେତା ସିରାଜୁଦ୍ଦିନ ହକାନୀ ଦେଶର ଆଭ୍ୟନ୍ତରୀଣ ମନ୍ତ୍ରୀ ହେବେ। ସେ ସମସ୍ତ ରାଜ୍ୟପାଳଙ୍କୁ ମନୋନୀତ କରିବେ। ମୁଲ୍ଲା ଅମିର ଖାଁ ମୁତ୍ତାକି ବୈଦେଶିକ ମନ୍ତ୍ରୀ ହେବେ ବୋଲି ସେ ସ୍ପଷ୍ଟ କରିଛନ୍ତି। ସରକାରରୁ ଦୋହା ଆଲୋଚନାରେ ସାମିଲ କାହାକୁ ସ୍ଥାନ ମିଳି ନାହିଁ। ମୁଲ୍ଲା ହୈବାତୁଲ୍ଲା ଅଖୁନ୍ଦଜାଦା ଶାସନର ସର୍ବୋଚ୍ଚ କର୍ତ୍ତା ରହିବା ନେଇ ପୂର୍ବରୁ ଘୋଷଣା ହୋଇଛି। ପ୍ରମୁଖ ତାଲିବାନ ନେତାଙ୍କୁ ନେଇ ଗଠିତ ପରିଷଦର କାର୍ଯ୍ୟକାରୀ ସମିତି ସଦସ୍ୟମାନେ ମୁଲ୍ଲା ଅବଦୁଲ ଘନି ବରାଦର ଅଧ୍ୟକ୍ଷ ରହିବେ। ସରକାରରେ କୌଣସି ମହିଳାଙ୍କୁ ସାମିଲ କରାଯିବାର ନାହିଁ। ନୂଆ ସରକାର ଗଠନ ଉତ୍ସବକୁ ପାକିସ୍ତାନ, ଚୀନ୍‌, ରୁଷିଆ, କାତାର, ତୁର୍କୀ, ଓ ଇରାନ ଭଳି ମିତ୍ର ରାଷ୍ଟ୍ରଙ୍କୁ ନିମନ୍ତ୍ରଣ କରାଯାଇଛି। ଏମାନଙ୍କ ମଧ୍ୟରୁ କେବଳ କାତାର ସହିତ ଆମେରିକାର ଭଲ ସମ୍ପର୍କ ରହିଛି। ଆମେରିକା ଓ ଏହାର ମିତ୍ର ରାଷ୍ଟ୍ରଙ୍କୁ ନିମନ୍ତ୍ରଣ କରାଯାଇ ନାହିଁ। ପୂର୍ବରୁ ମୁଲ୍ଲା ଅବଦୁଲ ଘନି ବରାଦର ଶାସନ ମୁଖ୍ୟ ହେବେ ଏବଂ ଦୋହା ଗୋଷ୍ଠୀରୁ ୮୦ ପ୍ରତିଶତ ସରକାରରେ ସ୍ଥାନ ପାଇବେ ବୋଲି କୁହାଯାଇଥିଲା। ନୂଆ ଶାସନ ଆସିବାକୁ ଥିବା ବେଳେ ଅନ୍ୟ କିଛି ମାମଲାରେ ମଧ୍ୟ ତାଲିବାନ ପରିବର୍ତ୍ତନ କରିବାକୁ ଯୋଜନା କରୁଛି । ଆଫଗାନିସ୍ତାନର ଜାତୀୟ ପତାକା, ରାଷ୍ଟ୍ରୀୟ ସଙ୍ଗୀତ ବଦଳିଯିବ। ଇଣ୍ଡିଆ ଟୁଡେ୍‌ରେ ପ୍ରକାଶିତ ଖବର ଅନୁସାରେ, ତାଲିବାନ ମୁଖପାତ୍ର ଜବିହୁଲ୍ଲା ମୁଜାହିଦ କହିଛନ୍ତ, ଆଗାମୀ ସରକାର ଆଫଗାନିସ୍ତାନର ପତାକା ଏବଂ ରାଷ୍ଟ୍ରୀୟ ସଙ୍ଗୀତ ପରିବର୍ତ୍ତନ ଉପରେ ଚିନ୍ତା କରୁଛନ୍ତି।  ସୂଚନା ଯୋଗ୍ୟକି- ଞ୍ଜଶୀର ଘାଟୀକୁ ତାଲିବାନ କବ୍‌ଜା କରିନେଇଥିବା ଦାବି କରିଥିଲେ ମଧ୍ୟ ଏଯାଏଁ ସରିନି ଲଢେଇ । ଶେଷ ହୋଇନି ଯୁଦ୍ଧ, ଜାରି ରହିଛି ସଂଘର୍ଷ । ଏହି ଯୁଦ୍ଧ ଭିତରେ ତାଲିବାନ ସରକାର ଗଠନ ପାଇଁ ସମସ୍ତ ପ୍ରକ୍ରିୟା ଶେଷ କରି ଶପଥ ନେବା ପାଇଁ ପ୍ରସ୍ତୁତ ହେଉଛି |

Breaking News