ରିପୋର୍ଟ କାର୍ଡ / ରାଉରକେଲା
ବିସ୍ଫୋରଣ କରି ଉଡାଇଦେଲେ ରେଳଧାରଣା । ଗତକାଲି ବିଳମ୍ବିତ ରାତିରେ ମାଓବାଦୀମାନେ ଝାଡ଼ଖଣ୍ଡ ସୀମା ଚକ୍ରଧରପୁର ଲୋଟା ପାହାଡ଼ ନିକଟରେ ବିସ୍ଫୋରଣ ଘଟାଇଥିବା ସୂଚନା ମିଳିଛି। ଫଳରେ ରେଳ ଚଳାଚଳ ବନ୍ଦ ରହିଛି । ମିଳିଥିବା ସୂଚନା ଅନୁସାରେ- ଝାଡ଼ଖଣ୍ଡ ଚକ୍ରଧରପୁର ନିକଟ ଲୋଟା ପାହାଡ଼ ନିକଟ ଦେଇ ଯାଇଥିବା ରେଳେ ଧାରଣାକୁ ବିସ୍ଫୋରଣ କରି ଉଡାଇଦେଇଛନ୍ତି ମାଓବାଦୀ । ପ୍ରାୟ ୨ ମିଟର ପର୍ଯ୍ୟନ୍ତ ରେଳ ଧାରଣାକୁ ବିସ୍ଫୋରଣରେ ଉଡାଇଛନ୍ତି ମାଓବାଦୀ । ଯାହାଫଳରେ ହାଓ୍ୱଡ଼ା ମୁମ୍ବାଇ ଭାୟା ରାଉରକେଲା ମଧ୍ୟରେ ରେଳ ଚଳାଚଳ ବନ୍ଦ ରହିଛି । ଘଟଣାସ୍ଥଳରେ ରେଳଓ୍ୱ ପୋଲିସ ପହଞ୍ଚି ଛାନ୍ଭିନ୍ ଜାରି ରଖିଛନ୍ତି । ସେହିପରି ଘଟଣା ଘଟିଥିବା ସ୍ଥାନ ନିକଟରେ ଏକ ମାଓ ପୋଷ୍ଟର ମରାଯାଇଥିବାର ଦେଖିବାକୁ ମିଳିଛି । ଭାରତ ବନ୍ଦକୁ ସମର୍ଥନ କରିବାକୁ ପୋଷ୍ଟରରେ ଉଲ୍ଲେଖ ରହିଛି ।






More Stories
ସୁଜାତାଙ୍କୁ ରାଜ୍ୟସଭା ପଠାଯାଉ……
ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ……
ବିଜେଡି ଅଛି,ରହିବ:ଶହେ ବର୍ଷ ରହିବ-ନବୀନ…..