ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟ ସରକାରଙ୍କ ପକ୍ଷରୁ ଆସିଲା ମାର୍ଚ୍ଚ ପାଇଁ ଗାଇଡ୍ଲାଇନ୍ ଜାରିକରଯାଇଛି । ମାର୍ଚ୍ଚରେ ପ୍ରାୟ ସମସ୍ତ ଅନେକ କଟକଣାକୁ ହଟାଇ ଦିଆଯାଇଛି। ସାରା ରାଜ୍ୟରେ ନାଇଟ୍ କର୍ଫ୍ୟୁକୁ ଉଠାଇଦିଆହୋଇଛି। ସେହିଭଳି କୋଭିଡ୍ ନିୟମ ପାଳନ ସହ ସାମାଜିକ, ଧାର୍ମିକ, ରାଜନୈତିକ ସମାବେଶକୁ ଅନୁମତି ଦିଆଯାଇଛି । ସେହିଭଳି ପ୍ରଦର୍ଶନୀ, ବାଣିଜ୍ୟ ମେଳା ଆଦିକୁ ମିଳିଛି ସରକାରଙ୍କ ଅନୁମତି । ବାହାଘର , ବ୍ରତଘର ଭଳି କାର୍ଯ୍ୟରେ ସର୍ବାଧିକ ୫୦୦ ଲୋକଙ୍କୁ ମିଳିଛି ଅନୁମତି । ସେହିଭଳି ଶୁଦ୍ଧିକ୍ରିୟାରେ ୨୫୦ଜଣ ଯୋଗଦେଇପାରିବେ । ଏଥିପାଇଁ ସ୍ଥାନୀୟ ପ୍ରଶାସନ ଠାରୁ ଅନୁମତି ନେବାକୁ ପଡ଼ିବ । ମାର୍ଚ୍ଚ ମାସରେ ମହାଶିବରାତ୍ରି, ଦୋଳପୂର୍ଣ୍ଣିମା ଓ ହୋଲି ପାଳନ ହେଉଥିବାରୁ ଏଥି ପାଇଁ ମଧ୍ୟ ଗାଇଡ୍ ଲାଇନ୍ ଜାରି କରାଯାଇଛି । ପୂର୍ବ ବର୍ଷ ଭଳି ସର୍ବସାଧାରଣ ସ୍ଥାନରେ ହୋଲି ଖେଳିବା ଉପରେ ରୋକ୍ ଲାଗିଛି । କେବଳ ନିଜ ନିଜ ଘରେ ରହି ରଙ୍ଗର ପର୍ବ ପାଳିବାକୁ କୁହାଯାଇଛି । ଏଥି ସହ ୬୫ବର୍ଷରୁ ଅଧିକ ବୟସ୍କ, ଗର୍ଭବତୀ ଏବଂ ୧୦ବର୍ଷ ବୟସରୁ କମ୍ ପିଲାମାନଙ୍କୁ ଗହଳି ସ୍ଥାନକୁ ନଯିବା ଲାଗି ପରାମର୍ଶ ଦିଆଯାଇଛି ।
More Stories
ଗୋଟିଏ ହ୍ବିସିଲ୍ରେ ଭାଙ୍ଗିଯିବ ବିଜେଡି…..
ବରିଷ୍ଠ ନାଗରିକଙ୍କୁ ଉପହାର ଦେଲେ ପ୍ରଧାନମନ୍ତ୍ରୀ ମୋଦୀ…..
ସ୍ୱର୍ଗଦ୍ୱାରରେ କାଠ ବଦଳରେ ଘସିରେ ହେବ ଶବଦାହ…..