ରିପୋର୍ଟ କାର୍ଡ / ଭୁବନେଶ୍ୱର
ରକ୍ତରେ ରଂଜିତ ହେଲା ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ। କୌଣସି କାରଣକୁ ନେଇ ୨ ଯୁବକଙ୍କ ମଧ୍ୟରେ ମାର୍ପିଟ୍ ହୋଇଥିଲେ । ଏଥିରେ ଉଭୟ ଯୁବକ ଗୁରୁତର ହୋଇଥିବା ଜଣାପଡିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୋମବାର ସନ୍ଧ୍ୟାରେ ଖାରବେଳ ନଗର ଥାନା ଅନ୍ତର୍ଗତ ଜୟ ପ୍ରକାଶ ନାରାୟଣ ପାର୍କ ମଧ୍ୟରେ ଦୁଇ ଜଣ ଯୁବକଙ୍କ ମଧ୍ୟରେ ରକ୍ତାକ୍ତ ଆକ୍ରମଣ ଓ ପ୍ରତି ଆକ୍ରମଣରେ ହୋଇଥିଲା । ଏଥିରେ ଦୁଇ ଜଣ ଯୁବକ ଗୁରୁତର ହୋଇଥିଲେ । କିଛି ସମୟ ପରେ ସେଠାରୁ ଆସି ପୁଣି “ମୋ ବସ ” ଟର୍ମିନାଲ ମଧ୍ୟରେ ମାର ପିଟ ହେବାକୁ ଉଦ୍ୟମ କରିଥିଲେ । ତେବେ ସେମାନଙ୍କ ମଧ୍ୟରୁ ଜଣେ ଯୁବକକୁ ସ୍ଥାନୀୟ ଲୋକେ ଉଦ୍ଧାର କରିଥିବା ବେଳେ ଅନ୍ୟ ଜଣେ ସେଠାରୁ ଫେରାର ହେବାରେ ସକ୍ଷମ ହୋଇଥିଲା । ପୋଲିସ କଣ୍ଟ୍ରୋଲ ରୁମରୁ ଖବର ପାଇ ପିସିଆର୍-୩ ଅବିଳମ୍ବେ ଘଟଣା ସ୍ଥଳରେ ପହଁଛି ଗୁରୁତର ଭାବେ ଆହତ ଯୁବକକୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ।






More Stories
ଡିଏଭି କଳିଙ୍ଗନଗରରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ….
ରାଜଧାନୀରେ ବନ୍ଧୁକ ମୁନରେ ଦୁଷ୍କର୍ମ !….
ଏ.ସି.ଏଫ୍. ସୌମ୍ୟରଂଜନ ମୃତ୍ୟୁ ମାମଲା: ରୋଷେୟା ଗିରଫ….