Report Card Odisha

| Daily Odia News

ଅନିର୍ଦ୍ଧିଷ୍ଟ କାଳ ଯାଏଁ ମାର୍କେଟ ବିଲ୍ଡିଂ ବନ୍ଦ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ମାର୍କେଟ ବିଲ୍ଡିଂରେ ଉଠାଦୋକାନୀ ଆଉ ବ୍ୟବସାୟ ସଂଘ ମଧ୍ୟରେ ଦେଖାଦେଇଛି ବିବାଦ । ଅନିର୍ଦ୍ଧିଷ୍ଟ କାଳ ଯାଏଁ ମାର୍କେଟ ବିଲ୍ଡିଂ ବନ୍ଦ ଚେତାବନୀ ଦେଲା ସଂଘ । ଗତ ୧୫ ଦିନ ହେବ ମାର୍କେଟ ବିଲ୍ଡିଂ ପରିସର‌ରେ ଜବରଦସ୍ତି କିଛି ଉଠାଦୋକାନୀ ବ୍ୟବସାୟ ଆରମ୍ଭ କରିଥିବାରୁ ବିବାଦ ସୃଷ୍ଟି ହୋଇଛି । ସୁରକ୍ଷାକର୍ମୀ ଓ ପୋଲିସର ବାରଣ ସତ୍ତ୍ବେ ଉଠାଦୋକନା ବ୍ୟବସାୟ କରୁଛନ୍ତି । ଅଦାଲତ ନିର୍ଦ୍ଦେଶ ରହିଛି ବୋଲି ଦର୍ଶାଇ ଏମାନେ ବ୍ୟବସାୟ ଆରମ୍ଭ କରିଛନ୍ତି । ଏନେଇ ମାର୍କେଟ ବିଲ୍ଡିଂ ବନ୍ଦ କରି ବ୍ୟବସାୟୀ ସଂଘ ଉଭୟ ବିଏମ୍‌ସି ମେୟର ଓ କମିଶନରଙ୍କୁ ଭେଟିଥିଲେ । ମେୟର ସୁଲୋଚନା ଦାସ କୌଣସି ମନ୍ତବ୍ୟ ଦେଇ ନଥିବାବେଳେ କମିଶନର ବିଜୟ ଅମୃତା କୁଲାଙ୍ଗେ ୩ ଦିନ ସମୟ ମାଗିବା ସହ ଏହାରି ଭିତରେ ସମସ୍ୟାର ସମାଧାନ ହେବ ବୋଲି କହିଛନ୍ତି । ଅନ୍ୟପଟେ ତିନି ଦିନ ମଧ୍ୟରେ ମାର୍କେଟ ବିଲ୍ଡିଂ ପରିସରରୁ ଉଠାଦୋକାନୀ ନ ହଟିଲେ ବ୍ୟବସାୟ ସଂଘ ବୈଠକ କରି ଆଗାମୀ କାର୍ଯ୍ୟପନ୍ଥା ଗ୍ରହଣ କରିବ ବୋଲି ସଂଘର ସାଧାରଣ ସମ୍ପାଦକ ରଣଜୀତ ମହାନ୍ତି କହିଛନ୍ତି । ପୂର୍ବ ପରି ପ୍ରଶାସନ ପ୍ରତିଶ୍ରୁତି ଦେଇ ତାର ଅନୁପାଳନ ନକରେ ତେବେ ଆଗକୁ ଅନିର୍ଦ୍ଦିଷ୍ଟକାଳ ପାଇଁ ପୁଣିଥରେ ମାର୍କେଟ ବିଲ୍ଡିଂ ବନ୍ଦ ରହିବ ବୋଲି ଚେତାବନୀ ଦେଇଛି ସଂଘ ।

 

Breaking News