ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମାସ୍କ ନ ପିନ୍ଧିଲେ ଦେବାକୁ ପଡିବ ୫୦୦ ଟଙ୍କା ଫାଇନ । ଆଗାମୀ ୬ ମାସ ପର୍ଯ୍ୟନ୍ତ ଷ୍ଟେସନ୍ରେ ଲାଗୁ ହେବ ଏହି ନିୟମ । କୋଭିଡ୍ ମହାମାରୀକୁ ଦୃଷ୍ଟିରେ ରଖି ଷ୍ଟେସନ୍ ଓ ଟ୍ରେନ୍ରେ ଯାତ୍ରା କରୁଥିବା ଲୋକଙ୍କ ପାଇଁ ରେଳ ବିଭାଗ ପକ୍ଷରୁ ଏହି ନିର୍ଦ୍ଦେଶାବଳୀ ଜାରି କରାଯାଇଛି । ଏନେଇ ରେଳ ବିଭାଗ ପକ୍ଷରୁ କୁହାଯାଇଛି, ଷ୍ଟେସନ୍ ପରିସର କିମ୍ୱା ଟ୍ରେନ୍ରେ ଯଦି କେହି ମାସ୍କପିନ୍ଧି ନଥିବାର ଦେଖିବାକୁ ମିଳିବ ତେବେ ସେମାନଙ୍କ ଠାରୁ ୫୦୦ ଟଙ୍କା ଜରିମାନା ଆଦାୟ କରାଯିବ । ସାରା ଦେଶରେ କୋଭିଡ୍ ସଂକ୍ରମଣ ହ୍ରାସ ପାଉଥିବା ସତ୍ତ୍ୱେ ରେଳ ବିଭାଗ ପକ୍ଷରୁ କୋଭିଡ୍ ଗାଇଡ୍ ଲାଇନ୍କୁ ବୃଦ୍ଧି କରିବାର ନିଷ୍ପତ୍ତି ନିଆଯାଇଛି । ଏହି ନୂଆ ନିୟମାବଳୀରେ କୁହାଯାଇଛି ଯେ, ରେଳ ପରିସର ଏବଂ ଟ୍ରେନ୍ ଭିତରେ ଏହି ନୂଆ ନିୟମକୁ ୬ ମାସ ତଥା ୧୬ ଏପ୍ରେଲ୍ ୨୦୨୨ ପର୍ଯ୍ୟନ୍ତ ବୃଦ୍ଧି କରାଦିଆଯାଇଛି । ସୂଚନାଅନୁସାରେ, ଗତ ଏପ୍ରିଲରେ କୋଭିଡର ଦ୍ୱିତୀୟ ଲହର ଆସିଥିବା ସମୟରେ ମଧ୍ୟ ଏହି ନିୟମ ଲାଗୁ କରାଯାଇଥିଲା । ଯାହାର ଅବଧି ୨୦୨୧ ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ଥିଲା । ଯାହା ଏବେ ଶେଷ ହୋଇଯାଇଥିବାରୁ ବର୍ତ୍ତମାନ ସେହି ନିୟମରୁ ଆଗାମୀ ୬ ମାସ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ‘ରେଳବାଇ ବୋର୍ଡ ଅନୁଯାୟୀ, ଯାତ୍ରା ସମୟରେ ସମସ୍ତ ଯାତ୍ରୀମାନେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ଅଟେ’ ।
More Stories
ଗରିବଙ୍କ କୁଡ଼ିଆରେ ଫଟୋ ଉଠାଇ ଆନନ୍ଦ ପାଆନ୍ତି,ଗରିବଙ୍କ ଉପରେ ଭାଷଣ ବୋରିଂ……
ଆସନ୍ତାକାଲି ଦିଲ୍ଲୀ ନିର୍ବାଚନ,ହନୁମାନ ଙ୍କୁ ପୂଜାର୍ଚ୍ଚନା କଲେ କେଜ୍ରିୱାଲ୍……
ଭିଜିଲାନ୍ସ ଜାଲରେ ଏଏସଆଇ……