ରିପୋର୍ଟ କାର୍ଡ / ଭୁବନେଶ୍ୱର
ନିଶାମୁକ୍ତ ଓଡ଼ିଶା ପାଇଁ ରାଜ୍ୟ ସରକାର ଏକ ବଡ଼ ମାଷ୍ଟର ପ୍ଲାନ ପ୍ରସ୍ତୁତ କରିଛନ୍ତି। ଏହାର ଅନୁମୋଦନ ପାଇଁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ (SSEPD) ପକ୍ଷରୁ କେନ୍ଦ୍ର ସରକାରଙ୍କ ନିକଟକୁ ପଠାଇଛି। ରାଜ୍ୟ ସରକାର ମୋଟ ୪ କୋଟି ୬୨ ଲକ୍ଷ ଟଙ୍କାର କାର୍ଯ୍ୟ ଯୋଜନା ପ୍ରସ୍ତୁତ କରିଛନ୍ତି। ଏପରିକି ନିଶାମୁକ୍ତ ପାଇଁ ସ୍କୁଲରୁ ଆରମ୍ଭ କରି ପଞ୍ଚାୟତ ପର୍ଯ୍ୟନ୍ତ ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯିବ। ରାଜ୍ୟର ୧୫୦ଟି ସ୍କୁଲ ଓ କଲେଜରେ ନିଶା ବିରୋଧୀ ସଚେତନତା କରାଯିବା ସହିତ ମାରାଥନ, ୱାକାଥନ ଓ ସାଇକେଲ ରାଲି କରିବାକୁ ଯୋଜନା ପ୍ରସ୍ତୁତ ହୋଇଛି। ସଚେତନତା ପାଇଁ ୧ କୋଟି ୬୫ ଲକ୍ଷ ଟଙ୍କା ବ୍ୟୟ ପ୍ରସ୍ତାବ ରହିଛି।ଏପରିକି ରାଜ୍ୟର ପ୍ରତି ବ୍ଲକରେ ନିଶା ବିରୋଧୀ କାର୍ଯ୍ୟକ୍ରମ କରାଯିବ। ରାଜ୍ୟର ସବୁ ବ୍ଲକରେ ଆଣ୍ଟି-ଡ୍ରଗ କମିଟି ବୈଠକ ହେବା ସହିତ ୩୦୦ଟି ପଞ୍ଚାୟତରେ ନିଶାମୁକ୍ତ ସଚେତନତା ଅଭିଯାନ ବାହାରିବ। ପ୍ରତି ଜିଲ୍ଲାରେ ୫୦ ନିଶା ମୁକ୍ତ ମିତ୍ର ଗଠନ କରି ଲୋକଙ୍କୁ ନିଶାଠାରୁ ଦୁରେଇ ରହିବାକୁ ସଚେତନ କରାଯିବା ନେଇ ଯୋଜନା କରାଯାଇଛି।






More Stories
ଭିଜିଲାନ୍ସ ଜାଲରେ ଆଇଟିଡିଏ ସହକାରୀ ନିର୍ଦ୍ଦେଶକ…..
ପ୍ରଭାତ ବାବୁ ବିଜେପିରେ ମିଶିଲେ,ବିଜେଡିରେ ଭୁକମ୍ପ ସୃଷ୍ଟି……
ରଥଯାତ୍ରା ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା…..