ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜି ମାଟ୍ରିକ୍ ପରୀକ୍ଷା ଶେଷ ହୋଇଛି | ମେ’ ପ୍ରଥମ ସପ୍ତାହରେ ପ୍ରକାଶ ପାଇବ ମାଟ୍ରିକ୍ ପରୀକ୍ଷାଫଳ । ମାର୍ଚ୍ଚ ୧୯ରୁ ମାଟ୍ରିକ୍ ଖାତା ଦେଖା ଆରମ୍ଭ ହେବ । ଏନେଇ ଆଜି ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ସୂଚନା ଦେଇଛନ୍ତି । ସୂଚନାନୁଯାୟୀ, ଶେଷ ହୋଇଛି ମାଟ୍ରିକ୍ ପରୀକ୍ଷା । ସୁରୁଖୁରୁରେ ପରୀକ୍ଷା ଶେଷ ହୋଇଛି ବୋଲି ବୋର୍ଡ ସୂଚନା ଦେଇଛି । ନୂଆ ଜ୍ଞାନ କୌଶଳ ପ୍ରୟୋଗ କାମ ଦେଲା ବୋଲି ବୋର୍ଡ ସଭାପତି କହିଛନ୍ତି । ପ୍ରଶ୍ନପତ୍ରରେ ୱାଟର ମାର୍କ ଓ କ୍ୟୁଆର କୋଡ୍ରୁ ସୁଫଳ ମିଳିଛି । ଏଥର ପ୍ରଶ୍ନପତ୍ର ଭାଇରାଲ୍ ହୋଇ ନାହିଁ, ସମସ୍ତଙ୍କ ସହଯୋଗ ମିଳିଛି । ଏଆଇ କ୍ୟାମେରା ଦ୍ୱାରା ପରୀକ୍ଷାରେ ଅନିୟମିତତା ଧରାପଡିଛି । ଏହାସହ ବିଜ୍ଞାନ ପଶ୍ନପତ୍ରରେ ୪ ମାର୍କ ତ୍ରୁଟି ପ୍ରସଙ୍ଗରେ ମଧ୍ୟ ପ୍ରତିକ୍ରିୟା ରଖି କହିଛନ୍ତି, କମ୍ପ୍ୟୁଟର ଭାଇରସ୍ ପାଇଁ ହୋଇଛି ଆଗକୁ ଯେଭଳି ଏଭଳି ନହେବ ସେଥିପ୍ରତି ଧ୍ୟାନ ଦିଆଯିବ ।






More Stories
ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍…..
ବଜେଟ ଫୋକସ୍ରେ ମଧ୍ୟବିତ୍ତ…..
ମୟୂରଭଞ୍ଜ ଗସ୍ତର ରାଷ୍ଟ୍ରପତିଙ୍କ ଅନ୍ତିମଦିନ…..