Report Card Odisha

| Daily Odia News

ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ ,ପାସ ହାର ୯୬.୪୦ %…..

ରିପୋର୍ଟ କାର୍ଡ / କଟକ

ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ। କଟକ ବୋର୍ଡ କାର୍ଯ୍ୟାଳୟ ପକ୍ଷରୁ ଗଣଶିକ୍ଷା ବିଭାଗ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଓ ସଚିବଙ୍କ ଉପସ୍ଥିତି‌ରେ ପରୀକ୍ଷାଫଳ ପ୍ରକାଶ ପାଇଛି। ମଧ୍ୟାହ୍ନ ୧୨ଟା ସୁଦ୍ଧା ବୋର୍ଡ ୱେବ୍ ସାଇଟରେ ରେଜଲ୍ଟ ଉପଲବ୍ଧ ହେବ। ଚଳିତ ବର୍ଷ ପାସ୍‌ ହାର୯୬ ୧୯ % ରହିଛି। ପରୀକ୍ଷାରେ ଛାତ୍ରୀଙ୍କ ପାସ୍ ହାର ୯୭.୦୫% ରହିଥିବା ବେଳେ ଛାତ୍ରଙ୍କ ପାସ୍ ହାର ରହିଛି ୯୫.୭୫% । ସେହିପରି କଟକ ଏବଂ ଜଗତସିଂହପୁର ଜିଲ୍ଲାରେ ପାସ୍ ହାର ସର୍ବାଧିକ ୯୭.୯୯% ରେକର୍ଡ କରାଯାଇଛି । ତେବେ ମାଲକାନାଗିରିରେ ସର୍ବନିମ୍ନ ପାସ୍ ହାର ରେକର୍ଡ କରାଯାଇଛି । ଏହି ଜିଲ୍ଲାରେ ମୋଟ ୯୨. ୬୮% ପିଲା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ପରିକ୍ଷାର୍ଥୀମାନେ www. bseodisha.ac.in ସାଇଟରେ ନିଜ ରେଜଲ୍ଟ ପାଇପାରିବେ। ଏହାବାଦ SMS ମାଧ୍ୟମରେ ବି ପରୀକ୍ଷାର୍ଥୀମାନେ ଫଳାଫଳ ଜାଣିପାରିବେ। OR10 ଲେଖି ସ୍ପେଶ ଦେବାପରେ ନିଜ ରୋଲ୍ ନମ୍ବରକୁ ଟାଇପ କରି 5676750 ନମ୍ବରକୁ ପଠାଇ ସେମାନେ ରେଜଲ୍ଟ ଜାଣିପାରିବେ |

Breaking News