Report Card Odisha

| Daily Odia News

ଡ଼ବ୍ଲ୍ୟୁଏଚଓ ତାଲିକାରୁ ପ୍ରତିଷେଧକ ଟିକ କୋଭାକ୍ସିନ୍ ବାଦ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଭାରତ ଵୟୋଟେକର କରୋନା ପ୍ରତିଷେଧକ ଟିକ କୋଭାକ୍ସିନ୍ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ( ଡ଼ବ୍ଲ୍ୟୁଏଚଓ )ର ଟିକା ତାଲିକାରୁ ବାଦ ପଡିଛି | ଡ଼ବ୍ଲ୍ୟୁଏଚଓ ତାଲିକାରେ କୋଭିସିଲ୍ଡ, ମଡ଼େର୍ଣ୍ଣା, ଫାଇଜର, ଆଷ୍ଟ୍ରାଜେନେକା, ଜାମସେନ ଓ ସିନୋଫାର୍ମ ଆଦି ଟିକା ଥିଲେ ମଧ୍ୟ କୋଭାକ୍ସିନ୍ ସ୍ଥାନ ପାଇନି | ସୂଚନା ମୁତାବକ, ଡ଼ବ୍ଲ୍ୟୁଏଚଓ ତାଲିକାରେ ସ୍ଥାନ ପାଇବାକୁ ଭାରତ ଵୟୋଟେକ ଆବେଦନ କରିଥିଲା | କିନ୍ତୁ ତାଲିକାରେ ଅନ୍ତର୍ଭୁକ୍ତ କରିବାକୁ ଡ଼ବ୍ଲ୍ୟୁଏଚଓ ଭାରତ ବାୟୋଟେକକୁ ଅନ୍ୟ କେତେକ ଦସ୍ତାବିଜ ମାଗିଛି | ସମସ୍ତ ଦସ୍ତାବିଜର ସମୀକ୍ଷା ପରେ ଡ଼ବ୍ଲ୍ୟୁଏଚଓ କୋଭାକ୍ସିନ କୁ ଟିକା ତାଲିକାରେ ସ୍ଥାନ ଦେବ କି ନାହିଁ ଏ ସମ୍ପର୍କରେ ନିଷ୍ପତ୍ତି ଗ୍ରହଣ କରିବ | କେତେକ ଦେଶ ଉଭୟ ଡୋଜ ନେଇ ସାରିଥିବା ଲୋକଙ୍କ ପାଇଁ କଟକଣା କୋହଳ କରିଛନ୍ତି | କିନ୍ତୁ ଡ଼ବ୍ଲ୍ୟୁଏଚଓ ଯେତେପର୍ଯ୍ୟନ୍ତ କୋଭାକ୍ସିନ୍ ଟିକାକୁ ନିଜ ତାଲିକାରେ ସାମିଲ କରିନି ଏହାର ଉଭୟ ଡୋଜ ନେଇ ସାରିଥିବା ଲୋକଙ୍କ ଉପରେ ପୂର୍ବ ଭଳି ବିଦେଶ ଯାତ୍ରା ପାଇଁ କଟକଣା ଲାଗି ରହିପାରେ | ଭାରତରେ ଅନେକ ସଂଖ୍ୟକ ଲୋକ କୋଭାକ୍ସିନ୍ ଟିକା ନେଇଛନ୍ତି | ଏଣୁ ସେମାନଙ୍କୁ ବିଦେଶ ଯିବାକୁ ଅନୁମତି ମିଳିବକି ନାହିଁ ଏହା ଅନିଶ୍ଚିତତାରେ ରହିଛି |

Breaking News