Report Card Odisha

| Daily Odia News

ସାନ ଭାଇକୁ ହାଣି ଦେଲା ବଡ଼ ଭାଇ…

ରିପୋର୍ଟ କାର୍ଡ / ମୟୂରଭଞ୍ଜ

ଜାଗା ବିବାଦକୁ ନେଇ ସାନ ଭାଇକୁ ହତ୍ୟା କଲା ବଡ଼ ଭାଇ। ଘଟଣାଟି ଘଟିଛି ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ଅଧୀନ ନଳଗଜା ପଞ୍ଚାୟତର ଲୁଣଚାଟି ଗାଁରେ। ମୃତକଙ୍କ ଗାଁ ଜୟନ୍ତ ମାହାନା। ଘରର ସୀମାକୁ ନେଇ ଜୟନ୍ତ ମାହାନା ଓ ତାଙ୍କ ବଡ଼ ଭାଇ ଅରୁଣ ମାହାନାଙ୍କ ମଧ୍ୟରେ ପ୍ରାୟତଃ ଝଗଡ଼ା ହୋଇଥାଏ। ହେଲେ ଆଜି ଏହା ଉଗ୍ରରୂପ ଧାରଣ କରିଥିଲା। ଆଜି ସକାଳ ପ୍ରାୟ ୮ଟା ବେଳେ ଜୟନ୍ତ ଘର ସୀମାରେ ବାଡ଼ ଘେରିବାକୁ ଯାଉଥିବା ସମୟରେ ବଡ଼ ଭାଇ ଅରୁଣ ଏହାର ପ୍ରତିବାଦ କରିଥିଲେ। ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ସହିତ ମାରପିଟ ହୋଇଥିଲା। ଏହି ସମୟରେ ଉତ୍‌କ୍ଷିପ୍ତ ଅରୁଣ ଏକ ଖଣ୍ଡାରେ ଜୟନ୍ତଙ୍କୁ ଆକ୍ରମଣ କରିଥିଲେ। ସେ ଜୟନ୍ତଙ୍କ ବେକରେ ଚୋଟ ପକାଇଥିଲେ। ଫଳରେ ସେ ଘଟଣାସ୍ଥଳରେ ହିଁ ଟଳି ପଡ଼ିଥିଲେ।

Breaking News