Report Card Odisha

| Daily Odia News

ଏମ୍‌ବିବିଏସ୍‌-ବିଡିଏସ୍‌ ପ୍ରଥମ ପର୍ଯ୍ୟାୟ ପରେ ୪୫୨ ସିଟ୍‌ ଖାଲି…..

ରିପୋର୍ଟ କାର୍ଡ / ଭୁବନେଶ୍ବର

୨୦୨୩-୨୪ ଶିକ୍ଷାବର୍ଷରେ ଓଡ଼ିଶାର ୧୬ଟି ମେଡିକାଲ କଲେଜର ୧୯୦୦ ଏମ୍‌ବିବିଏସ୍‌ ଓ ୧୬୩ ବିଡିଏସ୍‌ ସିଟ୍‌କୁ ମିଶାଇ ମୋଟ ୨୦୬୩ ସିଟ୍‌ରେ ନାମଲେଖା ଅନୁଷ୍ଠିତ ହେଉଛି। ସେଥିମଧ୍ୟରୁ ରାଜ୍ୟ କୋଟାରେ ଥିବା ୧୮୨୦ ସିଟ୍‌ ଲାଗି ଓଜେଇଇ କାଉନସେଲିଂ କରୁଛି। ଯେଉଁଥିରେ ୧୬୬୬ ଏମ୍‌ବିବିଏସ୍‌ ଓ ୧୫୪ ବିଡିଏସ୍ ସିଟ୍‌ ରହିଛି। ପ୍ରଥମ ପର୍ଯ୍ୟାୟ ନାମଲେଖା ପରେ ୪୫୨ ସିଟ୍‌ ଖାଲି ରହିଛି। ବାଲେଶ୍ବରସ୍ଥିତ ଫକୀର ମୋହନ ମେଡିକାଲ କଲେଜ ଓ ହସ୍ପିଟାଲର ସମସ୍ତ ଏମ୍‌ବିବିଏସ୍‌ ସିଟ୍‌ ପୂରଣ ହୋଇଯାଇଥିବା ବେଳେ ଅନ୍ୟ ସମସ୍ତ କଲେଜରେ ଉଭୟ ଏମ୍‌ବିବିଏସ୍‌ ଓ ବିଡିଏସ୍‌ ସିଟ୍‌ ଖାଲି ପଡ଼ିଛି।

Breaking News