ରିପୋର୍ଟ କାର୍ଡ / ଭୁବନେଶ୍ବର
୨୦୨୩-୨୪ ଶିକ୍ଷାବର୍ଷରେ ଓଡ଼ିଶାର ୧୬ଟି ମେଡିକାଲ କଲେଜର ୧୯୦୦ ଏମ୍ବିବିଏସ୍ ଓ ୧୬୩ ବିଡିଏସ୍ ସିଟ୍କୁ ମିଶାଇ ମୋଟ ୨୦୬୩ ସିଟ୍ରେ ନାମଲେଖା ଅନୁଷ୍ଠିତ ହେଉଛି। ସେଥିମଧ୍ୟରୁ ରାଜ୍ୟ କୋଟାରେ ଥିବା ୧୮୨୦ ସିଟ୍ ଲାଗି ଓଜେଇଇ କାଉନସେଲିଂ କରୁଛି। ଯେଉଁଥିରେ ୧୬୬୬ ଏମ୍ବିବିଏସ୍ ଓ ୧୫୪ ବିଡିଏସ୍ ସିଟ୍ ରହିଛି। ପ୍ରଥମ ପର୍ଯ୍ୟାୟ ନାମଲେଖା ପରେ ୪୫୨ ସିଟ୍ ଖାଲି ରହିଛି। ବାଲେଶ୍ବରସ୍ଥିତ ଫକୀର ମୋହନ ମେଡିକାଲ କଲେଜ ଓ ହସ୍ପିଟାଲର ସମସ୍ତ ଏମ୍ବିବିଏସ୍ ସିଟ୍ ପୂରଣ ହୋଇଯାଇଥିବା ବେଳେ ଅନ୍ୟ ସମସ୍ତ କଲେଜରେ ଉଭୟ ଏମ୍ବିବିଏସ୍ ଓ ବିଡିଏସ୍ ସିଟ୍ ଖାଲି ପଡ଼ିଛି।






More Stories
ମୁଖ୍ୟମନ୍ତ୍ରୀ ନେଲେ ଆକ୍ସନ;୪ ନିଲମ୍ବିତ……
ରାଜଧାନୀରେ ଜଳିଗଲା କାର…..
ଦୁଷ୍କର୍ମ ଅଭିଯୋଗରେ ଶିକ୍ଷକଙ୍କୁ ୨୦ ବର୍ଷ ଜେଲ୍…..