ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ସେପ୍ଟେମ୍ବର ୨୬ରୁ ଅକ୍ଟୋବର ୫ ପର୍ଯ୍ୟନ୍ତ ୯ ଦିନ ପାଇଁ ମାଂସ ଦୋକାନ ବନ୍ଦ ରହିବ | ଏନେଇ ନିର୍ଦ୍ଦେଶ ଦେଇପାରେ ଗୁରୁଗ୍ରାମର ମ୍ୟୁନିସିପାଲିଟି କର୍ପୋରେସନ୍। ନିଗମର ଜଣେ କର୍ମଚାରୀ ଏହି ବିଷୟରେ ସୂଚନା ଦେଇଛନ୍ତି । ସହରର ୧୨୯ ଲାଇସେନ୍ସପ୍ରାପ୍ତ ମାଂସ ଦୋକାନର ଅଧିକାଂଶ ମାଲି୍ୱାନେ ପାର୍ବଣ ଋତୁରେ ସ୍ୱେଚ୍ଛାକୃତ ଭାବରେ ଦୋକାନର ବନ୍ଦ କରନ୍ତି । ସୁରକ୍ଷା ଦୃଷ୍ଟିରୁ କେତେକ ଏପରି କରୁଥିବାବେଳେ ଅତୀତରେ ରାଇଟ ୱିଙ୍ଗ ଗ୍ରୁପ୍ ସେମାନଙ୍କ ଦୋକାନକୁ ଜବରଦସ୍ତ ବନ୍ଦ କରିଦେଇଥିଲା । ପ୍ରଥମ ଥର ପାଇଁ ମାଂସ ଦୋକାନ ବନ୍ଦ କରିବାକୁ ନିର୍ଦ୍ଦେଶ ଥିବା ଏକ ସରକାରୀ ବିଜ୍ଞପ୍ତି ଜାରିବ କରିବ ଏମସିଜି । ମାଂସ ସମ୍ବନ୍ଧୀୟ କାର୍ଯ୍ୟର ତଦାରଖ କରୁଥିବା ଏମସିଜି ଯୁଗ୍ମ କମିଶନର ବିଜୟପାଲ ଯାଦବଙ୍କ ଅନୁଯାୟୀ, ‘ନଅ ଦିନ ମଧ୍ୟରେ ମାଂସ ଦୋକାନ ଉପରେ ନଜର ରଖିବା ପାଇଁ ୩୫ ଟି ଟିମ୍ ଗଠନ କରାଯିବ । ଏହି ସମୟ ମଧ୍ୟରେ ଯେଉଁମାନଙ୍କର ଦୋକାନ ଖୋଲା ରହିବ, ସେମାନଙ୍କ ଉପରେ ଏହି ଆଦେଶ ଉଲ୍ଲଂଘନ କରିବାକୁ ନେଇ ୫୦୦୦ ଟଙ୍କା ଜୋରିମାନା ଲାଗିବ ।






More Stories
ଅସ୍ତ୍ର ବିରତି ସତ୍ତ୍ବେ ଇସ୍ରାଏଲର ଆକ୍ରମଣ ଜାରି….
ଆଜି ଆସାମ,କେରଳ ଓ ପୁଡୁଚେରୀ ନିର୍ବାଚନ…..
ମୋହସିନା କିଦୱାଇଙ୍କ ପରଲୋକ…..