ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ନିମ୍ନମାନର ଔଷଧ ପ୍ରସ୍ତୁତ କରୁଥିବା ଯୋଗୁଁ ୧୮ଟି ଔଷଧ କମ୍ପାନୀର ଳାଇସେନ୍ସ ରଦ୍ଦ ହେବ। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ, ୭୬ରୁ ଅଧିକ କମ୍ପାନୀ ଦ୍ବାରା ପ୍ରସ୍ତୁତ ଔଷଧର ମାନ ଯାଞ୍ଚ କରାଯାଇଥିଲା। ପ୍ରାୟ ୨୦ଟି ରାଜ୍ୟର ଭେଷଜ ନିୟନ୍ତ୍ରକଙ୍କ ସହ କେନ୍ଦ୍ରୀୟ ଭେଷଜ ନିୟନ୍ତ୍ରକ ମିଳିତ ଭାବେ ଏହି ଯାଞ୍ଚ କରିଥିଲେ। ସେଥିମଧ୍ୟରୁ ୧୮ କମ୍ପାନୀ ଦ୍ବାରା ପ୍ରସ୍ତୁତ ଔଷଧ ନିମ୍ନ ମାନର ଥିବା ଜଣାପଡ଼ିଥିଲା। ଏହି କମ୍ପାନୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ସ୍ବରୂପ ସେମାନଙ୍କ ଅନୁମତି ପତ୍ର ରଦ୍ଦ ହେବେ ବୋଲି କୁହାଯାଇଛି।






More Stories
ଆଜି ରାତିରେ ବଡ ଯୁଦ୍ଧ ! ୮ଟା ଯାଏଁ ଡେଡ୍ଲାଇନ୍…..
ପ୍ରତିଷ୍ଠା ଦିବସରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ,ଗୃହମନ୍ତ୍ରୀ, ମୁଖ୍ୟମନ୍ତ୍ରୀ….
ଇରାନର ଗୁପ୍ତଚର ମୁଖ୍ୟ ନିହତ…..