Report Card Odisha

| Daily Odia News

ନଈକୁ ଖସିଲା ଯାତ୍ରୀବାହୀ ବସ ,୧୮ ମୃତ, ୨୦ ଆହତ……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ମେକ୍‌ସିକୋର ପଶ୍ଚିମାଞ୍ଚଳ ରାଜପଥରୁ ଗୁରୁବାର ପ୍ରତ୍ୟୁଷରେ ଗୋଟାଏ ଯାତ୍ରୀବାହୀ ବସ୍‌ ପାହାଡ଼ୀ ନଈକୁ ଖସିପଡ଼ିବାରୁ ଅନ୍ୟୂନ ୧୮ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା କଥା ସରକାରୀ ଅଧିକାରୀମାନେ କହିଛନ୍ତି।ଯାତ୍ରୀମାନଙ୍କ ମଧ୍ୟରୁ ଅଧିକାଂଶ ଥିଲେ ବିଦେଶୀ ଓ ସେମାନଙ୍କ ମଧ୍ୟରୁ କେତେକ ଆମେରିକା ସୀମାନ୍ତ ଆଡ଼କୁ ଯାଉଥିଲେ। ଉତ୍ତର ପ୍ରାନ୍ତସ୍ଥିତ ତିଜୁଆନା ସହର ଅଭିମୁଖେ ଯାଉଥିବା ଉକ୍ତ ବସ୍‌ରେ ଭାରତୀୟ, ଡୋମିନିକା ସାଧାରଣତନ୍ତ୍ର ଓ ଆଫ୍ରିକୀୟ ନାଗରିକଙ୍କ ସମେତ ପ୍ରାୟ ୪୨ଜଣ ଯାତ୍ରୀ ଥିଲେ। ମୃତ ଯାତ୍ରୀଙ୍କ ମଧ୍ୟରେ ଅଛନ୍ତି ୪ଜଣ ନାବାଳକ। ବସ୍‌ ଚାଳକଙ୍କୁ ଅଟକ ରଖାଯାଇଥିବା କଥା ନାୟାରିଟ୍‌ ପ୍ରାଦେଶିକ ସରକାର ଜାରି କରିଥିବା ବିବୃତିରେ କହିଛନ୍ତି। ରାସ୍ତାର ମୋଡ଼ରେ ସେ ଡ୍ରାଇଭର୍‌ ଦ୍ରୁତ ବେଗରେ ଗାଡ଼ି ଚଳାଉଥିଲେ ବୋଲି ସରକାରୀ ଅଧିକାରୀମାନଙ୍କର ସନ୍ଦେହ ହେଉଛି। ସେହିପରି, ଦୁର୍ଘଟଣାରେ ଆହତ ହୋଇଥିବା ପ୍ରାୟ ୨୦ଜଣ ଯାତ୍ରୀଙ୍କୁ ଚିକିତ୍ସା ନିମନ୍ତେ ଡାକ୍ତରଖାନାକୁ ନିଆଯାଇଛି। ସେମାନଙ୍କ ମଧ୍ୟରୁ ଜଣେ ମହିଳାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା କଥା ପ୍ରାଦେଶିକ ସରକାର କହିଛନ୍ତି।

Breaking News