Report Card Odisha

| Daily Odia News

ଓଭରବ୍ରିଜ ରୁ ଖସିଲା ଚଳନ୍ତା ଟ୍ରେନ ୨୦ ମୃତ….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଓଭରବ୍ରିଜ ଉପରୁ ଚଳନ୍ତା ଟ୍ରେନ ଖସି ୨୦ ଜଣଙ୍କର ମୃତ ହୋଇଥିବା ବେଳେ ୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି | ଏଭଳି ଘଟଣା ଘଟିଛି ମେକ୍ସିକୋ ସିଟିର ମେଟ୍ରୋ ଟ୍ରେନ ଓଭରବ୍ରିଜ ଉପରେ ଯାଉଥିବା ସମୟରେ ହଠାତ ଖସି ପଡ଼ିଥିବା ନେଇ ଖବର ମିଳିଛି। ଓଭର ବ୍ରିଜ ଭୁଷୁଡି ପଡିବା କାରଣରୁ ଚଳନ୍ତା ଟ୍ରେନ ସଡକରେ ଖସି ପଡି ପ୍ରାୟ ୨୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୦ରୁ ଅଧିକ ଲୋକେ ଆହତ ହୋଇଛନ୍ତି। ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଟ୍ରେନଟି ରାସ୍ତା ଉପରେ ଖସି ପଡିବାରୁ କିଛି ଯାନ ଏହାତଳେ ଚାପି ହୋଇ ରହିଛି ବୋଲି ଜଣାପଡିଛି। ଖବର ପାଇ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଟ୍ରେନଟି ବ୍ରିଜରୁ ଭୁଷୁଡିବା ସମୟର ଭିଡିଓ ସିସିଟିଭରେ କଏଦ ହୋଇଛି। ଘଟଣାର ତଦନ୍ତ ଆରମ୍ଭ ହୋଇଛି ବୋଲି ମେକ୍ସିକୋ ସିଟିର ମେୟର ସୂଚନା ଦେଇଛନ୍ତି।

Breaking News