ରିପୋର୍ଟ କାର୍ଡ / ଭୁବନେଶ୍ୱର
ଅଗଷ୍ଟ ୧ ତାରିଖ ଠାରୁ ସେପ୍ଟେମ୍ବର ୧ ପର୍ଯ୍ୟନ୍ତ ରାଜ୍ୟରେ ଆଂଶିକ ଲକ୍ଡାଉନ୍ କଟକଣା ଜାରି | ଜୀବନ-ଜୀବିକା ସମଚ୍ୟ ପାଇଁ ଧିରେ ଧିରେ ଅନଲକ୍ ହେଉଛି। ଭୁବନେଶ୍ୱର, କଟକ ଓ ପୁରୀରେ କରୋନା ସଂକ୍ରମଣ ଅଧିକ ରହିଛି କିନ୍ତୁ ଉଦ୍ବେଗଜନକ ନୁହେଁ | ରାଜ୍ୟର ବାକି ୨୭ ଜିଲ୍ଲାରେ ସଂକ୍ରମଣ ହାର କମ ରହିଛି | ଅଗଷ୍ଟ ମାସ ପାଇଁ କରୋନା ଗାଇଡଲଇନ୍ସ ଘୋଷଣା କରିଛନ୍ତି SRC ପ୍ରଦୀପ ଜେନା | ସାରା ରାଜ୍ୟରେ ପ୍ରତିଦିନ ରାତ ୮ରୁ ସକାଳ ୬ ତା ପର୍ଯ୍ୟନ୍ତ ରାତ୍ରିକାଳୀନ କର୍ଫ୍ୟୁ ଜାରି | ରାତି ୮ ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲା ରହିବ | ଭୁବନେଶ୍ୱର, କଟକ, ପୁରୀରେ ସପ୍ତାହାନ୍ତ ସଟଡାଉନ ଲାଗୁ ହୋଇଛି। ସମସ୍ତ ଆହାର କେନ୍ଦ୍ର ଖୋଲାରହିବ । ବିବାହ, ଶୁଦ୍ଧିକ୍ରିୟାରେ ପୂର୍ବ କଟକଣା ବଳବତ୍ତର ରହିଛି | ସମସ୍ତ ଧାର୍ମିକ, ରାଜନୈତିକ, ସାମାଜିକ ସମାବେଶ କୁ ବାରଣ କରାଯାଇଛି | ସମୁଦ୍ର କୂଳ, ପାର୍କ ଖୋଲା ରହିବ; ଗାଇଡଲାଇନ ମାନିବେ ପର୍ଯ୍ୟଟକ | ସମସ୍ତ ମଲ୍ ଖୋଲିବ କିନ୍ତୁ ସୀମିତ ସଂଖ୍ୟକ ଗ୍ରାହକଙ୍କୁ ନେଇ ଖୋଲି ପାରିବ ମଲ୍ | ରେଷ୍ଟୁରାଣ୍ଟ, ବାର୍ ୫୦% କ୍ଷମତାକୁ ନେଇ ଖୋଲି ପାରିବେ | ସିନେମା ହଲ୍ , ଅପେରା ୫୦% ଦର୍ଶକ କ୍ଷମତାକୁ ନେଇ ଚାଲି ପାରିବ | ହଲ୍, ମଲ୍ ଯାଉଥିବା ପ୍ରାପ୍ତବୟସ୍କ ଲୋକଙ୍କ ଟିକା ସାର୍ଟିଫିକେଟ ଜରୁରୀ | ରାଜ୍ୟ ଭିତରେ ବସ୍ ଚାଲୁ ରହିବ, ସିଟିଂ କାପାସିଟିରେ ଯାତ୍ରୀ ନେବେ | ଧାର୍ମିକ ପୀଠ ଖୋଲିବାକୁ ଜିଲ୍ଲାପାଳମାନେ ନିଷ୍ପତ୍ତି ନେଇପାରିବେ | ଶ୍ରୀମନ୍ଦିର, ଶ୍ରୀଲିଙ୍ଗରାଜ ପ୍ରଶାସନ ନିଜେ ଏନେଇ ନିଷ୍ପତ୍ତି ନେବେ| ନନ୍ଦନକାନନ, ଇଣ୍ଡୋର, ଓ୍ବାର୍ଟର ପାର୍କ ଆଦି ଖୋଲା ଯାଇ ପାରିବ |
More Stories
କେନିଆରେ ରଦ୍ଦ ହେଲା ଆଦାନୀ ପ୍ରକଳ୍ପ…..
ଯୁକ୍ତ ୨ ରେ ୧୦୦ ରୁ ୨୪ ରଖିଲେ ପାସ୍….
ବବି ଦାସ ଭାଇଙ୍କ ନାଁରେ ଏତଲା….