Report Card Odisha

| Daily Odia News

ସେନା ବିମାନ ଦୁର୍ଘଟଣାଗ୍ରସ୍ତ ,୫ ବର୍ଷୀୟ ବାଳିକା ମୃତ, ୪ ଆହତ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ତ୍ୟୁରିନ୍‌ରେ ସମରାଭ୍ୟାସ କରୁଥିବା ବେଳେ ଇଟାଲି ସେନାର ଗୋଟାଏ ଲଢୁଆ ଜେଟ୍‌ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ସପରିବାର ଯାଉଥିବା ଏକ କାର୍‌ ଉପରେ ପଡ଼ିଯିବାରୁ ଜଣେ ୫ ବର୍ଷୀୟ ବାଳିକାର ମୃତ୍ୟୁ ଘଟିଛି | ଏହି ସୂଚନା ପ୍ରତିରକ୍ଷା ମନ୍ତ୍ରୀ ଗୁଇଦୋ କ୍ରୋଜେ‌ତୋ କହିଛନ୍ତି। ଇଟାଲୀୟ ‘ନିଉଜ୍‌ ଏଜେନ୍‌ସି’ ‘ଏଜିଆଇ’ ରିପୋର୍ଟ କରିଛି ଯେ, ଏହି ଦୁର୍ଘଟଣାରେ ମୃତ ବାଳିକାର ୯ ବର୍ଷୀୟ ଭାଇ ମଧ୍ୟ ସାଙ୍ଘାତିକ ଆହତ ହୋଇଛି। ଏହାଛଡ଼ା, ଦୁଇ ପିଲାଙ୍କର ପିତାମାତା ଓ ସେ ଜେଟ୍‌ ବିମାନର ପାଇଲଟ୍‌ ସାମାନ୍ୟ ଆହତ ହୋଇଛନ୍ତି। ସ୍ଥାନୀୟ ଗଣମାଧ୍ୟମ ସେ ବାଳିକାର ନାଁ ଲାଉରା ଅରିଗ୍ଲିସା‌ଓ ଓ ପାଇଲଟଙ୍କ ନାଁ ଅସ୍କାର ଡେଲ୍‌ ଦୋ ବୋଲି ରିପୋର୍ଟ କରିଛି। ଏହି ଭୟାବହ ଦୁର୍ଘଟଣାର କିଛି ସମୟ ପୂର୍ବର ଭିଡିଓରେ ଦେଖାଯାଉଛି ୯ଟି ଜେଟ୍‌ ବିମାନ ଇଂରାଜୀ ଅକ୍ଷର ‘ଭି’ ଆକାରରେ ଆକାଶରେ ଉଡ଼ିଯାଉଥିବା ବେଳେ ହଠାତ୍‌ ସେଥିରୁ ଗୋଟିଏ ବିମାନ ତଳକୁ ଖସି ଆସୁଛି ଓ ତଳେ ପଡ଼ି ଅଗ୍ନି ପେଣ୍ଡୁଳା ପାଲଟି ଯାଉଛି। ଦୁର୍ଘଟଣା ସଂକ୍ରାନ୍ତରେ ଜାରି କରିଥିବା ବିବୃତିରେ କ୍ରୋଜେତୋ କହିଛନ୍ତି, ପରିବାରର ସଦସ୍ୟମାନଙ୍କ ପ୍ରତି ମନ୍ତ୍ରାଳୟ ସମବେଦନା ବ୍ୟକ୍ତ କରିଛି। ଆହତମାନଙ୍କୁ ସହାୟତା କରିବା ଲାଗି ସମସ୍ତ ବ୍ୟବସ୍ଥା କରାଯାଇଛି। ଉପପ୍ରଧାନମନ୍ତ୍ରୀ ମାତେଓ ସାଲ୍‌ବିନି ‘ଏକ୍ସ’ କରି କହିଛନ୍ତି ଯେ, ଦୁର୍ଘଟଣାଗ୍ରସ୍ତ ବିମାନରୁ ପାଇଲଟ୍‌ ପାରାସୁଟ୍‌ ଯୋଗେ ବାହାରକୁ ଡେଇଁ ପଡ଼ିଥିଲେ। ଭୟଙ୍କର ଦୁଃଖଦ ଘଟଣା। ପ୍ରାର୍ଥନା ଓ ଅନ୍ତରସ୍ପର୍ଶୀ ସମବେଦନା।

 

Breaking News