Report Card Odisha

| Daily Odia News

କ୍ଷୀର ସହ ରୁଟି ଖାଉଛନ୍ତି କି…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

କିଛି ଲୋକଙ୍କୁ କ୍ଷୀର ସହ ଭାତ କିମ୍ବା ରୁଟି ଖାଇବା ପସନ୍ଦ ତ କିଛି ଲୋକଙ୍କୁ ନୁହେଁ। ସେହିଭଳି କିଛି ଲୋକେ କ୍ଷୀର ସେବନ କରିବାକୁ ପସନ୍ଦ କରିଥାଆନ୍ତି ତ କିଛି ନୁହେଁ। ଅନେକ ସମୟରେ କ୍ଷୀର ସହ ରୁଟି ଖାଇବାକୁ କୁହାଗଲେ କିଛି ଲୋକେ ନାକ ଟେକି ଥାଆନ୍ତି। ଡାଲ୍‌‌ – ମଖନୀ, ମଟର ପଲୋଉ, ନାନ୍‌‌ ଓ ପନିର ଖାଇବାକୁ ଅଧିକ ପସନ୍ଦ କରିଥାଆନ୍ତି। ମାତ୍ର ଆପଣ ହୁଏତ ଜାଣିନଥିବେ କ୍ଷୀର ସହ ରୁଟି ସେବନ ସ୍ୱାସ୍ଥ୍ୟ ପାଇଁ କୌଣସି ବରଦାନ୍‌‌ରୁ କମ୍‌‌ ନୁହେଁ। ଆଜ୍ଞା ହଁ ନିୟମିତ ଭାବେ ଏହାର ସେବନ କଲେ ନିଜେ ଏହାର ଚମତ୍କାର ଅନୁଭବ କରିବେ। ଏହାକୁ କମ୍‌‌ ମାତ୍ରାରେ ଖାଇଲେ ମଧ୍ୟ ପେଟ ପୂରିବା ସହ ଶରୀରକୁ ଆବଶ୍ୟକୀୟ ଶକ୍ତି ପ୍ରଦାନ କରିଥାଏ। ଜାଣନ୍ତୁ…
ରାତ୍ରି ଭୋଜନରେ କ୍ଷୀର ସହ ରୁଟି ଖାଇବା ଦ୍ୱାରା ଓଜନ ହ୍ରାସ ହେବାରେ ସହାୟକ ହୋଇଥାଏ। ଏହା ମେଟାବୋଲିଜିୟମ ସ୍ତରକୁ ମଧ୍ୟ ବଢାଇଥାଏ। ଫଳରେ ଆପଣ ଯେଉଁ ଖାଦ୍ୟ ଖାଆନ୍ତି, ତାହା ସହଜରେ ହଜମ ହୋଇଥାଏ। ଏହାସହ ଓଜନ ମଧ୍ୟ ନିୟନ୍ତ୍ରଣରେ ରହିଥାଏ। ବାରମ୍ବାର ଭୋକ ଲାଗି ନଥାଏ। ରୁଟି ସହଜରେ ହଜମ ହେଉଥିବା ଖାଦ୍ୟ ମଧ୍ୟରୁ ଗୋଟିଏ। ଫଳରେ ଗ୍ୟାଷ୍ଟ୍ରିକ୍‌‌ ଓ ଏସିଡିଟି ସମସ୍ୟା ହୋଇନଥାଏ। ତେଣୁ ନିୟମତ ଏହାକୁ ରାତିରେ ସେବନ କରିବା ଉତ୍ତମ। ବର୍ତ୍ତମାନ ସମୟରେ ଅଧିକାଂଶ କୋଷ୍ଠକାଠିନ୍ୟ ସମସ୍ୟା ପାଇଁ ଚିନ୍ତିତ। ଏଥିରୁ ମୁକ୍ତି ପାଇବାକୁ ହେଲେ ରୁଟି ସହ କ୍ଷୀର ସେବନ କରିବା ଆରମ୍ଭ କରନ୍ତୁ। ଏହା ପେଟ ଜନିତ ସମସ୍ୟା ସହ କୋଷ୍ଠକାଠିନ୍ୟ ଦୂର କରିଥାଏ। ଅଧିକ ଛଣାଛଣି ଓ ମସଲା ଯୁକ୍ତ ଖାଦ୍ୟ ସ୍ୱାସ୍ଥ୍ୟ ସହ ନିଦରେ ମଧ୍ୟ ସମସ୍ୟା ସୃଷ୍ଟି କରେ। ରାତିରେ ବାରମ୍ବାର ନିଦ ଭାଙ୍ଗେ। ଆପଣଙ୍କ ମଧ୍ୟ ନିଦ ଜନିତ ସମସ୍ୟା ହେଉଥିଲେ, ରାତିରେ କ୍ଷୀର ସହ ରୁଟିର ସେବନ ଆରମ୍ଭ କରନ୍ତୁ। ଏହା ସହଜରେ ହଜମ ହୋଇଥାଏ। ଫଳରେ ଗ୍ୟାଷ୍ଟ୍ରିକ୍‌‌, ଏସିଡିଟି ନ ହୋଇ ରାତିରେ ଉତ୍ତମ ନିଦ ହୋଇଥାଏ।

Breaking News