ରିପୋର୍ଟ କାର୍ଡ / ଭୁବନେଶ୍ୱର
ମେଷ: ଭାଗ୍ୟଶାଳୀ ହୋଇପାରନ୍ତି। ଶୋଭନ ବ୍ୟକ୍ତିତ୍ବସମ୍ପନ୍ନ ହେବେ। ମୁଖର ବ୍ରଣ କଷ୍ଟଦାୟକ ହୋଇପାରେ। ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ, ଉଦାର ସ୍ବଭାବର ହେବେ। ପତ୍ନୀଙ୍କ ବିରାଗଭାଜନ ହେବେ।
ବୃଷ: ରୋଜଗାର ଊଣା ହେବ ନାହିଁ; ମାତ୍ର ଧନିକ ହେବା ସମ୍ଭବ ନୁହେଁ। ମାଲିମୋକଦ୍ଦମା ବିଚାରର ଫଳ ଅନ୍ୟାଦେଶ ପର୍ଯ୍ୟନ୍ତ ସ୍ଥଗିତ ରହିପାରେ। ସୁସ୍ବାଦୁ ଭୋଜନ ମାନ୍ଦାଗ୍ନିର କାରଣ ହୋଇପାରେ।
ମିଥୁନ: କଠିନ ସ୍ବଭାବସମ୍ପନ୍ନ ହୋଇପାରନ୍ତି। ବୃତ୍ତିହୀନ ହୋଇପାରନ୍ତି। ଭୟାଳୁ ସ୍ବଭାବସମ୍ପନ୍ନ ହେବେ। କଥାବାର୍ତ୍ତାରେ ଶାଳୀନତାର ଅଭାବ ଦେଖାଦେବ। ଥଣ୍ଡାକଫଜନିତ ସାମାନ୍ୟ ପୀଡ଼ା ଉପୁଜିପାରେ।
କର୍କଟ: ସୁବୁଦ୍ଧିସମ୍ପନ୍ନ ହେବେ। ବାକ୍ୟପଟୁ ହେବେ। ପ୍ରିୟଲୋକଙ୍କ ସାନ୍ନିଧ୍ୟ ପାଇଁ ଭାବବିହ୍ବଳ ହୋଇପାରନ୍ତି। ଆୟୁଷ୍ମାନ୍ ହେବେ। ଯଶସ୍ବୀ ହେବେ। କର୍ମଚଞ୍ଚଳ ରହିବେ। ସରକାରୀ ସ୍ତରରେ ସମ୍ମାନିତ ହେବେ।
ସିଂହ: ରାଜତୁଲ୍ୟ କ୍ଷମତା ସମ୍ପନ୍ନ ହେବେ। ଶତ୍ରୁ ଉପରେ ବିଜୟ ହାସଲ କରିବେ। ବହୁ ଉନ୍ନତିମୂଳକ କାର୍ଯ୍ୟର ସମ୍ପାଦନା କରିପାରନ୍ତି। ସରକାରଙ୍କ କୃପାପାତ୍ର ହେବେ। ବ୍ୟବସାୟ ଲାଭପ୍ରଦ ହେବ।
କନ୍ୟା: ସ୍ବାଭିମାନୀ ହେବେ। ବିଦ୍ୟାରୂପକ ମହାଧନ ପ୍ରାପ୍ତ ହେବେ। ପତ୍ନୀଙ୍କ ମନସ୍କାମନା ପୂରଣ କରିପାରନ୍ତି। ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତ ହେବେ। ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ। ଦିନଟି ସୁଖସମୃଦ୍ଧିପୂର୍ଣ୍ଣ ହେବ।
ତୁଳା: ପର ଛିଦ୍ର ଅନ୍ବେଷଣରେ ସମୟ ବିତାଇ ପାରନ୍ତି। ଅସୁୟା ମନୋବୃତ୍ତିର ହେବେ। ପରଶ୍ରୀକାତର ହୋଇପାରନ୍ତି। ଦୁଷ୍ଟ ବୁଦ୍ଧିସମ୍ପନ୍ନ ହେବେ। ସମ୍ମୁଖ ସମରରେ ପରାଜୟ ବରଣ କରିବେ। ସତର୍କରେ ଚଳିବେ।
ବିଛା: ନୈତିକ ଶାସ୍ତ୍ରମତରୁ ବାହାରି ସ୍ବଇଚ୍ଛାରେ କାର୍ଯ୍ୟ କଲେ ସୁଫଳ ମିଳିବ। କଷ୍ଟସାଧ୍ୟ ବ୍ୟବସାୟ ଲାଭଜନକ ହେବ। ସମାଜସେବାରେ ମନ ଦେବେ। ମନରେ ଅହଂଭାବ ଆସିପାରେ। ଧୈର୍ଯ୍ୟବାନ୍ ହେବେ।
ଧନୁ: ଆଜି ଦିନକ ପ୍ରଭାବ ଊଣା ହୋଇପାରେ। ଦୁର୍ଭାଗ୍ୟବଶତଃ ସର୍ବସୁଖରୁ ବଞ୍ଚିତ ହୋଇପାରନ୍ତି। ବାହ୍ୟ ଖର୍ଚ୍ଚକୁ ସୀମିତ କରିପାରନ୍ତି। ସୁସ୍ଥ ରହିବେ। ଶତ୍ରୁହନ୍ତା ହେବେ। ଚାକିରିରେ ସୁନାମ ଅର୍ଜନ କରିବେ।
ମକର: ବହୁ ସୁଖର ଅଧିକାରୀ ହେବେ। ସାଧୁମାନଙ୍କର କଲ୍ୟାଣଭାଜନ ହୋଇପାରନ୍ତି। ଦ୍ବିଜଦେବତାମାନଙ୍କ ଚରଣାଶ୍ରିତ ହେବେ। ହଠାତ୍ କିଛି ଅର୍ଥ ମିଳିପାରେ। ବ୍ୟବସାୟାଦି ବିଭିନ୍ନ ଦିଗରୁ ଅର୍ଥ ମିଳିବ।
କୁମ୍ଭ: ଉଦାର ସ୍ବଭାବ ଯୋଗୁ କେତେକେ କ୍ଷେତ୍ରରେ ଅସୁବିଧାର ସମ୍ମୁଖୀନ ହେବେ। ପ୍ରେମୀ ଓ ବୁଦ୍ଧିମାନ୍ ହେବେ। ଜଳ ସଂରକ୍ଷଣ ପାଇଁ ଉଦ୍ବେଗ ହୋଇପାରନ୍ତି। ଯାନବାହନ ସୁଖ ମିଳିପାରେ। ଖଳ ସାଙ୍ଗଙ୍କୁ ଛାଡ଼ିବେ।
ମୀନ: କୃଷି କର୍ମରେ ଦକ୍ଷତା ପ୍ରତିପାଦନ କରିପାରନ୍ତି। ବିନୟାବନତ ସ୍ବଭାବସମ୍ପନ୍ନ ହେବେ। ସ୍ବାଭିମାନୀ ପତ୍ନୀଙ୍କ ଅଭୀଷ୍ଟ ପୂରଣ ପାଇଁ ତତ୍ପର ହୋଇପାରନ୍ତି। ସନ୍ତାନ ଲାଳସା ସମ୍ପନ୍ନ ହେବ। ବିଜୟୀ ହେବେ।
More Stories
ସମ୍ମାନିତ ହେବେ….
ସାହସୀ ଓ ଜ୍ଞାନୀ ହେବେ…..
ସୁନା ଦର ୯୮ ହଜାର ପାର୍…..