ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟରେ ବଢ଼ିଲା କ୍ଷୀର ମୂଲ୍ୟ । ରାଜ୍ୟରେ ପୁଣି ଥରେ କ୍ଷୀର ଦାମ୍ ବଢ଼ିଛି । ଏହା ଫଳରେ ଏଣିକି ଗ୍ରାହକଙ୍କୁ ପୂର୍ବାପେକ୍ଷା ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ । ଓମଫେଡ ପକ୍ଷରୁ କ୍ଷୀର ଦର ବୃଦ୍ଧି କରାଯାଇଛି । କମ୍ପାନୀ ପକ୍ଷରୁ ଫୁଲ କ୍ରିମ ଓ ଟୋକନ ଯୁକ୍ତ କ୍ଷୀରର ଦାମରେ ବୃଦ୍ଧି କରାଯାଇଛି । ଫୁଲ କ୍ରିମ କ୍ଷୀର ଲିଟର ପିଛା ୧ ଟଙ୍କା ବୃଦ୍ଧି କରାଯାଇଥିବା ନେଇ ମଦର ଡେୟରୀ ପକ୍ଷରୁ ଘୋଷଣା କରାଯାଇଛି । ଏଥିସହିତ ଟୋକନ ଯୁକ୍ତ କ୍ଷୀରର ମୂଲ୍ୟ ଲିଟର ପିଛା ୨ ଟଙ୍କା ବୃଦ୍ଧି ପାଇଛି । ତେବେ କମ୍ପାନୀ କ୍ଷୀରର ଦାମ୍ ଦିଲ୍ଲୀ-ଏନସିଆର ଅଞ୍ଚଳର ଗ୍ରାହକଙ୍କ ପାଇଁ ବଢ଼ାଇଥିବା ଜଣାପଡ଼ିଛି । ପ୍ୟାକେଟ ପିଛା ୨ଟଙ୍କା ବୃଦ୍ଧି ନେଇ ଓମଫେଡ୍ ପକ୍ଷରୁ ସୂଚନା ମିଳିଛି । ସେହି ଭଳି ଚା ସ୍ପେଶାଲ କ୍ଷୀର ମୂଲ୍ୟ ୨୩ ଟଙ୍କାର ୨୫ ଟଙ୍କା ବୃଦ୍ଧି ପାଇଛି । ୫୦୦ ଏମଏଲ ଟୋନଡ କ୍ଷୀର ମୂଲ୍ୟ ୨୧ ଟଙ୍କାରୁ ୨୩ ଟଙ୍କାକୁ ବୃଦ୍ଧି ପାଇଛି । ତେବେ ଏହି ବର୍ଦ୍ଧିତ ଦର ଆସନ୍ତା ୧ ତାରିଖରେ ଲାଗୁହେବାକୁ ଯାଉଛି ।






More Stories
୧୬ରେ ରାଜ୍ୟସଭା ନିର୍ବାଚନ…..
ବଜେଟ ଅଧିବେଶନର ଦ୍ୱିତୀୟ ଦିନ: ଉଠିବ ଚାଷୀ ପ୍ରସଙ୍ଗ…..
ଆଜିଠାରୁ ଯୁକ୍ତ ୨ ପରୀକ୍ଷା……