ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ତାଞ୍ଜାନିଆର ସିମିୟୁର ବାରିଆଡ଼ିରେ ଏକ ଖଣିରେ ଭୂସ୍ଖଳନ ଘଟିଛି। ଭୂସ୍ଖଳନ ଯୋଗୁ ୨୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ବହୁ ଜଣ ଖଣି ଭିତରେ ଫସି ରହିଛନ୍ତି। ସିମିୟୁର ବାରିଆଡ଼ିରେ ପ୍ରବଳ ବର୍ଷା ହେଉଥିବା ବେଳେ ଏକ ଖଣି ଭିତରେ ବହୁ ଲୋକ କାମ କରୁଥିଲେ। ଉକ୍ତ ସମୟରେ ମାଟି ଅତଡ଼ା ଖସି ଭୂସ୍ଖଳନ ହୋଇଥିଲା। ଫଳରେ ସମସ୍ତ ଲୋକ ତା’ ଭିତରେ ଫସି ଯାଇଥିଲେ। ତୁରନ୍ତ ରେସକ୍ୟୁ ଟିମ୍ ପହଞ୍ଚି ଅପରେସନକୁ ଜୋରଦାର କରିଥିବା ବେଳେ ୨୨ଜଣଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି। ଏଥିସହ ବହୁ ଆହତଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି। ଏହାବାଦ ଆହୁରି କିଛି ଲୋକ ଖଣି ଭିତରେ ଫସି ରହିଥିବା ଜଣାଯାଇଛି। ସେମାନଙ୍କୁ ଉଦ୍ଧାର ପାଇଁ ବହୁ ଟିମ୍ ମୁତୟନ କରାଯାଇଥିଲେ ବି ପ୍ରତିକୂଳ ପାଗ ଯୋଗୁ ଉଦ୍ଧାର ପ୍ରକ୍ରିୟାରେ ବିଳମ୍ବ ହେଉଛି। ଏହି ଖବର ପ୍ରଚାରିତ ହେବା ପରେ ତାଞ୍ଜାନିଆର ରାଷ୍ଟ୍ରପତ ସାମିୟା ସୁଲୁହୁ ଦୁଃଖ ପ୍ରକାଶ କରିଛନ୍ତି। ନିଜ ପେଟ ପୋଷିବାକୁ ଖଣି ଭିତରକୁ ପଶିଥିବା ଲୋକଙ୍କ ମୃତ୍ୟୁକୁ ନେଇ ସେ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏଥିସହ ଫସି ରହିଥିବା ଅନ୍ୟମାନଙ୍କୁ ଉଦ୍ଧାର କରିବାକୁ ରେସକ୍ୟୁ ଅପରେସନ ଜୋରଦାର କରାଯାଇଥିବା ସେ ସୂଚନା ଦେଇଛନ୍ତି।






More Stories
ପଶ୍ଚିମବଙ୍ଗ ସରକାରଙ୍କୁ କାରଣ ଦର୍ଶାଅ ନୋଟିସ୍…..
ବିମାନରେ ନିଆଁ….
ଲିଭ୍-ଇନ୍ ସମ୍ପର୍କକୁ ମିଳିବ ସ୍ଵାମୀ ସ୍ତ୍ରୀ ମାନ୍ୟତା…..