ରିପୋର୍ଟ କାର୍ଡ / ଭୁବନେଶ୍ବର
କେନ୍ଦ୍ର ସରକାରଙ୍କ ଅଧୀନରେ କାର୍ଯ୍ୟରତ ଶ୍ରମିକଙ୍କ ସର୍ବନିମ୍ନ ମଜୁରି ଘୋଷଣା କରାଯାଇଛି। ଅଣକୁଶଳୀ ଶ୍ରମିକଙ୍କ ମଜୁରି ୪୯୪ରୁ ୬୧୬ ଟଙ୍କା, ଅର୍ଧକୁଶଳୀ ଶ୍ରମିକଙ୍କ ୬୧୬ରୁ ୭୩୬ ଟଙ୍କା, କୁଶଳୀ ଶ୍ରମିକଙ୍କ ୭୩୬ରୁ ୮୫୮ ଟଙ୍କା ଏବଂ ଅତି କୁଶଳୀ ଶ୍ରମିକଙ୍କ ପାଇଁ ମଜୁରି ୮୫୮ ରୁ ୯୫୯ ଟଙ୍କା ମଧ୍ୟରେ ରଖାଯାଇଛି। କୃଷି, ନିର୍ମାଣ, ସଫେଇ, ଲୋଡିଂ, ପଥର ଖଣି, ବନ୍ଧୁକଧାରୀ ଜଗୁଆଳି ଏବଂ ଅଣବନ୍ଧୁକଧାରୀ ଜଗୁଆଳି ପ୍ରତ୍ୟେକଙ୍କ ପାଇଁ ସ୍ବତନ୍ତ୍ର ଭାବରେ ସର୍ବନିମ୍ନ ମଜୁରି ଘୋଷଣା କରାଯାଇଛି। କୃଷି କ୍ଷେତ୍ରର ବି ଏବଂ ସି ଏରିଆ ପାଇଁ ଅଣକୁଶଳୀ ଶ୍ରମିକଙ୍କ ମଜୁରି ୪୨୯ ଏବଂ ୪୨୪, ଅର୍ଧକୁଶଳୀ ଶ୍ରମିକଙ୍କ ମଜୁରି ୪୭୨ ଏବଂ ୪୩୪, କୁଶଳୀ ଶ୍ରମିକଙ୍କ ମଜୁରି ୫୧୩ ଏବଂ ୪୭୧, ଅତି କୁଶଳୀଙ୍କ ୫୭୪ ଏବଂ ୫୧୩, ନିର୍ମାଣ କ୍ଷେତ୍ରର ବି ଏବଂ ସି ଏରିଆ ପାଇଁ ଅଣକୁଶଳୀ ଶ୍ରମିକଙ୍କ ମଜୁରି ୬୧୬ ଏବଂ ୪୯୪, ଅର୍ଧକୁଶଳୀ ଶ୍ରମିକଙ୍କ ମଜୁରି ୬୯୫ ଏବଂ ୫୭୭, କୁଶଳୀ ଶ୍ରମିକଙ୍କ ମଜୁରି ୮୧୬ ଏବଂ ୬୯୫, ଅତି କୁଶଳୀଙ୍କ ୮୯୭ ଏବଂ ୮୧୬ ରହିଛି। ବି ଏବଂ ସି କ୍ଷେତ୍ରର ଲୋଡିଂ କାର୍ଯ୍ୟ କରୁଥିବା ଶ୍ରମିକଙ୍କ ମଜୁରି ୬୧୬ ଏବଂ ୪୯୪, ସଫେଇ ଶ୍ରମିକଙ୍କ ମଜୁରି ୬୧୬ ଏବଂ ୪୯୪, ଅଣବନ୍ଧୁକଧାରୀ ଜଗୁଆଳୀଙ୍କ ମଜୁରି ୮୧୬ ଏବଂ ୬୯୫, ବନ୍ଧୁକଧାରି ଜଗୁଆଳିଙ୍କ ମଜୁରି ୮୯୭ ଏବଂ ୮୧୬ ଟଙ୍କା ଘୋଷଣା କରାଯାଇଛି। ପଥର ଖଣିରେ କାର୍ଯ୍ୟରତ ଶ୍ରମିକଙ୍କ ବେସିକ ୱେଜ ୪୯୮ରୁ ୧୨୫୫ ମଧ୍ୟରେ ଘୋଷଣା କରାଯାଇଛି। କେନ୍ଦ୍ରୀୟ ଶ୍ରମ କମିସନଙ୍କ ନିର୍ଦ୍ଦେଶରେ ଭୁବନେଶ୍ବରସ୍ଥିତ ଉପମୁଖ୍ୟ ଶ୍ରମ କମିସନ(କେନ୍ଦ୍ରୀୟ) ଏସଂକ୍ରାନ୍ତରେ ବିଜ୍ଞପ୍ତି ଜାରି କରିଛନ୍ତି।






More Stories
ଅପରାହ୍ନ ୪ଟା ପର୍ଯ୍ୟନ୍ତ ଗୃହ ମୁଲତବୀ…..
୧୬ରେ ରାଜ୍ୟସଭା ନିର୍ବାଚନ…..
ବଜେଟ ଅଧିବେଶନର ଦ୍ୱିତୀୟ ଦିନ: ଉଠିବ ଚାଷୀ ପ୍ରସଙ୍ଗ…..