Report Card Odisha

| Daily Odia News

ଖଣିଜ ରୟାଲଟି ଆଦାୟ କରିପାରିବେ ରାଜ୍ୟ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଖଣିଜ ରୟାଲଟି ସମ୍ପର୍କରେ ସୁପ୍ରିମକୋର୍ଟ ବୁଧବାର ଏକ ଗୁରୁତ୍ଵପୂର୍ଣ୍ଣ ରାୟ ଦେଇଛନ୍ତି। ଖଣି କମ୍ପାନୀଗୁଡ଼ିକଠାରୁ ରାଜ୍ୟ ସରକାର ଏଣିକି ରୟାଲଟି ଆଦାୟ କରିପାରିବେ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଏହା ସହିତ ପୂର୍ବରୁ ଯେଉଁ ରୟାଲଟି କେନ୍ଦ୍ର ସରକାର ନେଇଯାଇଛନ୍ତି, ସେସବୁ ରାଜ୍ୟଗୁଡ଼ିକୁ ଫେରସ୍ତ କରାଯିବ। ୨୦୦୫ ମସିହା ଏପ୍ରିଲ ୧ ତାରିଖରୁ ବକେୟା ରୟାଲଟି ଆଦାୟ କରିପାରିବ ରାଜ୍ୟ। ତେବେ ବକେୟା ରାଶି ଉପରେ ରାଜ୍ୟ ସରକାର ଜରିମାନା(ପେନାଲଟି) କିମ୍ବା ସୁଧ ଲାଗୁ କରିପାରିବେ ନାହିଁ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି। ଗତ ଜୁଲାଇ ୨୫ ତାରିଖରେ ସୁପ୍ରିମକୋର୍ଟ ନିଜ ଶୁଣାଣିରେ ଅନୁରୂପ ରାୟ ଦେଇ ଖଣିଜ ରୟାଲଟି ସଂଗ୍ରହରେ ରାଜ୍ୟଗୁଡ଼ିକର କ୍ଷମତା ରହିଛି ବୋଲି କହିଥିଲେ। ପ୍ରଧାନ ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ୯ଜଣିଆ ଖଣ୍ଡପୀଠ ଏହି ପ୍ରସଙ୍ଗର ଶୁଣାଣି କରି କହିଛନ୍ତି ଯେ, ଖଣିଜ ଅଞ୍ଚଳରେ ରୟାଲଟି ଧାର୍ଯ୍ୟ କରିବାକୁ ରାଜ୍ୟ ସରକାରମାନଙ୍କର ଉଭୟ ସାମର୍ଥ୍ୟ ଏବଂ କ୍ଷମତା ରହିଛି। ଉତ୍ତୋଳିତ ଖଣିଜ ପଦାର୍ଥ ଉପରେ ଲାଗୁ ହୋଇଥିବା ରୟାଲଟିକୁ ଟିକସ ଭାବେ ଗ୍ରହଣ କରାଯିବ ନାହିଁ। ଗତ ୨୫ ତାରିଖରେ ସର୍ବୋଚ୍ଚ ନ୍ୟାୟାଳୟ ଦେଇଥିବା ରାୟ ଉପରେ ପୁନର୍ବିଚାର ଲାଗି କେନ୍ଦ୍ର ସରକାର କରିଥିବା ଆବେଦନକୁ ଖଣ୍ଡପୀଠ ଖାରଜ କରିଦେଇଥିଲେ। ଅତୀତର ବକେୟା ଆଦାୟରେ ସୁପ୍ରିମକୋର୍ଟ କିଛି ସର୍ତ୍ତ ଲାଗୁ କରିଛନ୍ତି। ରାଜ୍ୟଗୁଡ଼ିକ ଏକକାଳୀନ ବକେୟା ଆଦାୟ ନ କରି ଆଗାମୀ ୧୨ ବର୍ଷ ଭିତରେ ପର୍ଯ୍ୟାୟକ୍ରମେ ଏହାକୁ ଆଦାୟ କରିବେ।

Breaking News