ରିପୋର୍ଟ କାର୍ଡ / କଟକ
ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ମୃତ୍ୟୁ କୁ ନେଇ ସାରା ରାଜ୍ୟରେ ସ୍ତବ୍ଧ ହୋଇଥିବା ବେଳେ ଆଶ୍ଚର୍ଯ୍ୟ ଆଶ୍ଚର୍ଯ୍ୟ କର ଖବର ସାମ୍ନାକୁ ଆସିଛି | ଜଣେ ବୃଦ୍ଧା ନବ ଦାସଙ୍କ ମୃତ୍ୟୁ ଖବର କୁ ନେଇ ଘରେ ଭୋଜିର ଆୟୋଜନ କରିଥିଲେ । ଆଉ ASI ଗୋପାଳ ଦାସ ଭଗବାନଙ୍କ ରୂପରେ ଆସି ମନ୍ତ୍ରୀ ନବଦାସଙ୍କୁ ମାରିଛନ୍ତି ବୋଲି ସେ କହିଛନ୍ତି । ନବ ଦାସଙ୍କ ମୃତ୍ୟୁ ଘଟଣାରେ ବିସ୍ଫୋରକ ବୟାନ ଦେଇଛନ୍ତି କଟକର ମିନତୀ ବହିଦାର | ଏ ହେଉଛନ୍ତି ସେହି ବୃଦ୍ଧା ମହିଳା ରିକ୍ସା ଚାଳକଙ୍କୁ ନିଜର ସମସ୍ତ ସମ୍ପତ୍ତି ଦାନ କରି ଚର୍ଚ୍ଚାକୁ ଆସିଥିଲେ । ହେଲେ ରାଜ୍ୟବାସୀ ମନ୍ତ୍ରୀଙ୍କୁ କାହିଁ ଗୋପାଳ ଗୁଳିକଲା ବୋଲି ପ୍ରଶ୍ନ ଖୋଜୁଥିବା ବେଳେ ବୃଦ୍ଧା ଜଣକ ଏଭଳି କାହିଁ କି କହିଲେ ସେନେଇ ପ୍ରଶ୍ନ ବାଛି ସୃଷ୍ଟି ହୋଇଛି | ତାଙ୍କ ମନ୍ତ୍ରୀ ଙ୍କ ଉପରେ କିଛି ପୁରୁଣା ରାଗ ଥିଲା କି | ହଁ ଜାଣନ୍ତୁ କଣ କହିଛନ୍ତି ମିନତୀ ବହିଦାର
ନବ ଦାସ ମଲା ମୁଁ ଭାରି ଖୁସି | ମୁଁ ଚାହିଁଥିଲେ ତାର ଶବକୁ ଖଣ୍ଡ ଖଣ୍ଡ କାଟି କୁକୁରକୁ ଖାଇବାକୁ ଦେଇଥାନ୍ତି | ସେ ନବଦାସ ମୋ ଭାଇର ହତ୍ୟାକାରୀ । ମୋ ଭାଇ ବିଧାନ ବହିଦାରକୁ ସେ ମାରିଥିଲେ । ବୋମା ମାଡ଼ କରି ମୋ ଭାଇକୁ ହତ୍ୟା କରିଥିଲେ । ଭୋଟ ପାଇଁ ମୋ ଭାଇର ହତ୍ୟା କରିଥିଲେ ନବ ଦାସ । ଶେଷରେ ସେ ଆଜି ଗୁଳିରେ ମୃତ୍ୟୁବରଣ କରିଛି । ମନ୍ତ୍ରୀଙ୍କୁ ହତ୍ୟା କରିଥିବା ଗୋପାଳଙ୍କୁ ମୁଁ ସମର୍ଥନ କରୁଛି । ନବ ଦାସ ମୁଖ୍ୟମନ୍ତ୍ରୀ ହେବାକୁ ଇଚ୍ଛା ରଖିଥିଲେ । ସେ ଦରକାର ପଡ଼ିଲେ ମୁଖ୍ୟମନ୍ତ୍ରୀଙ୍କୁ ମାରି ଦେଇଥାନ୍ତା । କିନ୍ତୁ ଆଜି ଭଗବାନ, ଗୋପାଳ ରୂପରେ ଆସି ନବ ଦାସକୁ ମାରିଛନ୍ତି । ସେ ଆହୁରି କହିଛନ୍ତି, ” ନବ ଦାସଙ୍କୁ ଯେଉଁ ଦିନ ହତ୍ୟା କରାଯାଇଥିଲା, ସେହିଦିନ ମୁଁ ଗୋଟେ ପ୍ଲେଟ ଚିକେନ୍ ଓ ମଟନ ଖାଇଥିଲି। ମିଠା ବି ବାଣ୍ଟିଥିଲି । ଗୋଟିଏ ମଟନ ଭୋଜି ବି ଦେଇଥିଲି ।” ଏଭଳି ଚାଞ୍ଚଲ୍ୟକର ପ୍ରତିକ୍ରିୟା ଦେଇଛନ୍ତି କଟକ ସୁତା ହାଟର ମିନତୀ ବହିଦାର। କିଛି ଦିନ ତଳେ ରିକ୍ସା ଵାଲାଙ୍କୁ କୋଟିଏ ଟଙ୍କାର ସମ୍ପତ୍ତି ଦାନ କରି ଚର୍ଚ୍ଚାକୁ ଆସିଥିଲେ ବୃଦ୍ଧା ଜଣକ। ସବୁଠାରୁ ବଡ଼ କଥା ହେଉଛି, କିଛି ଦିନ ତଳେ ସେ ବିଜେଡିରେ ମଧ୍ୟ ଯୋଗଦାନ କରିଥିଲେ । ମେ ୧୦ ତାରିଖ ୨୦୦୫ ମସିହାରେ ବୃଦ୍ଧାଙ୍କ ଭାଇଙ୍କୁ ବୋମାମାଡ଼ କରି ହତ୍ୟା କରାଯାଇଥିବା ବୃଦ୍ଧା ଜଣକ ଅଭିଯୋଗ କରିଛନ୍ତି ।






More Stories
ଏମିତି ବଜେଟ୍ କେବେ ଦେଖିନି……
ବିଜେଡିରୁ ନିଲମ୍ବନ ହେଲେ ଶଶୀ…..
ରାଷ୍ଟ୍ରପତିଙ୍କ ଗସ୍ତ:ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରସ୍ତୁତି ଆରମ୍ଭ…..