Report Card Odisha

| Daily Odia News

ଅଜବ ପ୍ରେମ: ଦୁଇ ଛୁଆର ମାକୁ ଭଲ ପାଇ ବସିଲା ନାବାଳକ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଦୁଇ ଛୁଆର ମାକୁ ମନ ଦେଇ ବସିଲା ନାବାଳକ। ଏପରିକି ନାବାଳକ ମହିଳାଙ୍କୁ ନେଇ ମଧ୍ୟ ଘରେ ପହଞ୍ଚିଗଲା । ହେଲେ ପରିବାର ଲୋକେ ବିରୋଧ କରି ନାବାଳକକୁ ମାଡ ମାରି ଘରୁ ତଡି ଦେଇଛନ୍ତି। ରାଗ ଜର୍ଜରିତ ନାବାଳକ ପରିବାର ଲୋକଙ୍କ ବିରୋଧରେ ଥାନାରେ ପହଞ୍ଚି ଯାଇଛି। ଥାନା ଅଧିକାରୀ ଏବଂ କର୍ମଚାରୀ ବାବାଳକର କଥା ଶୁଣି ମୁଣ୍ଡରେ ହାତ ଦେଇଛନ୍ତି। ଯେତେବେଳେ ପୋଲିସ ତାକୁ ବୟସ ପଚାରିଲେ, ଏଠାରେ ହିଁ କିଶୋରର ଅକଲ ଗୁଡୁମ ହୋଇ ଯାଇଥିଲା। ଏହି ଘଟଣା ଘଟିଛି ଉତ୍ତର ପ୍ରଦେଶର ଭଦୋହି ଜିଲ୍ଲାର ସୁରିୟାଁ ଥାନା ଅନ୍ତର୍ଗତ ଏକ ଗାଁରେ ଘଟିଛି। ସ୍ଥାନୀୟ ଅଞ୍ଚଳରେ ଏହା ଆଲୋଚନାର ବିଷୟ ପାଲଟିଛି। ସୂଚନା ଅନୁଯାୟୀ, ମହିଳାଙ୍କ ସ୍ଵାମୀ ତାଙ୍କୁ କେବେଠୁ ପରିତ୍ୟାଗ କରି ସାରିଛନ୍ତି। ଦୁଇ ପିଲା ସହ ମହିଳା ଏକାକୀ ରହୁଥିଲେ। ଏହି ସମୟରେ ଦେଖା ଚାହାଁରେ କିଶୋର ମହିଳାଙ୍କୁ ଭଲ ପାଇ ବସିଥିଲା। କିଛି ସମୟ ପରେ ଉଭୟ ଆଡୁ ପ୍ରେମ ନିବିଡ ହୋଇ ଯାଇଥିଲା। ସମୟ ଗଡିବା ସହ ଉଭୟଙ୍କ ପ୍ରେମ ଗାଡି ଆଗକୁ ଆଗକୁ ମାଡି ଚାଲିଥିଲା। ଏପରିକି କିଶୋର ମହିଳାଙ୍କୁ ବିବାହ କରିବାକୁ ପ୍ରସ୍ତୁତ ହୋଇ ଯାଇଥିଲେ। ଶେଷରେ ମହିଳାଙ୍କୁ ଧରି ନାବାଳକ ନିଜ ଘରେ ପହଞ୍ଚି ଯାଇଥିଲା। ଦୁଇ ଛୁଆକୁ ମା ସହ ନିଜ ପୁଅକୁ ଦେଖି ବାପା-ମାଙ୍କ ପାଦ ତଳୁ ମାଟି ଖସି ଯାଇଥିଲା। ପୁଅର ଅଜବ କଥା ଶୁଣି ସମସ୍ତେ ହତବାକ ହୋଇ ପଡିଥିଲେ। ପୁଅକୁ ମନେଇବା ପରେ ନବୁଝିବାରୁ ମାଡ ମାରି ଘରୁ ବାହାର କରି ଦେଇଛନ୍ତି। ଘର ଲୋକଙ୍କଠୁ ମାଡ ଖାଇ ରାଗ ତମ ତମ ନାବାଳକ ମହିଳାଙ୍କୁ ଧରି ସିଧା ଥାନାରେ ଯାଇ ପହଞ୍ଚିଥିଲେ। ଥାନା ପରିସରରେ ଉଭୟ ପୋଲିସ ସାମ୍ନାରେ ଏକାଠି ବଞ୍ଚିବେ ଏବଂ ଏକାଠି ମରିବାର ପ୍ରତିଜ୍ଞା ଖାଇଥିଲେ। ନିଜ ଘର ଲୋକଙ୍କ ବିରୋଧରେ ଅଭିଯୋଗ ଆଣି ଥାନାରେ ନାବାଳକ ସାହାଯ୍ୟର ଗୁହାରି ଲଗାଇଥିଲେ। ପୋଲିସ ଅଧିକାରୀ ଓ କର୍ମଚାରୀ ଧ୍ୟାନର ସହ ପିଲାର ସବୁ କଥା ଶୁଣୁଥିଲେ। ଯେତେବେଳେ ପଚାରିଲେ ତୁମର ବୟସ କେତେ ? ଏଥିରେ କିଶୋରର ପାଟି ଖନି ମାରି ଯାଇଥିଲା। ପୋଲିସ କିଶୋରକୁ ପ୍ରମାଣ ପତ୍ର ମାଗିଥିଲା। ଜନ୍ମ ତାରିଖ ଦେଖିବା ପରେ ପୋଲିସ କହିଛନ୍ତି, ପୋଲିସ କଣ କେହି ମଧ୍ୟ ତୁମର ବିବାହ କରାଇ ପାରିବେ ନାହିଁ। ଏହା ପରେ କିଶୋର କାନମୁଣ୍ଡା ଆଉଁଷି ଥାନାରୁ ଫେରିଗଲା। ପୋଲିସ ଅନୁଯାୟୀ, କିଶୋର ଯଦି ସାବାଳକ ହୋଇଥାନ୍ତା ତେବେ ତାର ବିବାହ ମହିଳାଙ୍କ ସହ କରାଇ ଦିଆଯାଇଥାନ୍ତା। ଦୁଇ ପିଲାର ମାକୁ ବିବାହ କରିବା ପାଇଁ କିଶୋର ଫୋନ କରି ଅନେକଙ୍କୁ ଗୁହାରି କରିଥିଲା।

Breaking News