ରିପୋର୍ଟ କାର୍ଡ / ଭୁବନେଶ୍ୱର
ଗାଁ ଦାଣ୍ଡରୁ ନାବାଳିକାଙ୍କୁ ଉଠାଇ ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି | ଏଭଳି ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱର ଉପକଣ୍ଠ ଏକ ଗାଁରେ। ଗୁରୁତର ଅବସ୍ଥାରେ ନାବାଳିକାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏନେଇ ଥାନାରେ ମାମଲା ରୁଜୁ ହେବା ପରେ ତଦନ୍ତ କରୁଛି ପୋଲିସ | ଅଭିଯୁକ୍ତକୁ ଅଟକ ରଖି ଘଟଣାର ଖୋଳତାଡ଼ କରଛି ପୋଲିସ। ସୂଚନା ଅନୁଯାୟୀ, ଗତକାଲି ନାବାଳିକାଜଣକ ଘରେ ଏକୁଟଇଆ ଥିବା ବେଳେ ଦାଣ୍ଡ ଦୁଆରେ ଖେଳୁଥିଲେ। ଏହି ସମୟରେ ସମ୍ପର୍କୀୟ ଜଣେ ବ୍ୟକ୍ତି ନାବାଳିକାଙ୍କୁ ପ୍ରଲୋଭିତ କରି ଘରକୁ ନେଇ ବଳାତ୍କାର କରିଥିଲେ। ଏହାପରେ ସମ୍ପୃକ୍ତ ବ୍ୟକ୍ତିଜଣକ ଫେରାର ହୋଇଯାଇଥିଲେ। ଏନେଇ ନାବାଳିକାଜଣକ ପରିବାର ଲୋକଙ୍କୁ କହିବାରୁ ପରିବାର ଲୋକ ଥାନାରେ ଅଭିଯୋଗ କରିଥିଲେ। ଏହାପରେ ପୋଲିସ ଖୋଜାଖୋଜି ଆରମ୍ଭ କରି ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଭୁବନେଶ୍ୱରରୁ ଠାବ କରି ଅଟକ ରଖିଛି। ଅଭିଯୁକ୍ତଜଣକ ଜଣେ ଶ୍ରମିକ ଶ୍ରେଣୀର ଲୋକ ବୋଲି ଜଣାଯାଇଛି। ନାବାଳିକାଙ୍କୁ ପ୍ରଥମେ ବାଲିପାଟଣା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଏହାପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।






More Stories
ଓଡ଼ିଶାରେ ପଶିପାରିବ ନାହିଁ ବାହାର ରାଜ୍ୟର ଗାଡ଼ି !…..
ରାଜ୍ୟସଭାରେ ଶପଥ ନେଲେ ଓଡ଼ିଶାରୁ ୩ ସାଂସଦ…..
୨୩ ଜିଲ୍ଲା ପାଇଁ ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଘୋଷଣା…..