ରିପୋର୍ଟ କାର୍ଡ / ଭୁବନେଶ୍ୱର
ବହୁବାର ଲୋକେ ଯେକୌଣସି ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟ କରିବା ପାଇଁ ଘରୁ ବାହାରକୁ ଯିବା ପୂର୍ବରୁ ମନରେ କିଛି ଚିନ୍ତାଧାରା ନିଶ୍ଚୟ ଆସିଥାଏ। ସେହି କାର୍ଯ୍ୟରେ ସଫଳତା ମିଳିବ କି ନାହିଁ ଏଭଳି ବହୁ କଥା ମନକୁ ଆସିଥାଏ। ତେଣୁ ଏଭଳି ସମସ୍ୟାର ସମାଧାନ ପାଇଁ କିଛି ସରଳ ଓ ସ୍ୱତନ୍ତ୍ର ଉପାୟ ଉପରେ ଧ୍ୟାନ ଦିଅନ୍ତୁ….
ଯେକୌଣସି କାର୍ଯ୍ୟରେ ଯିବା ପୂର୍ବରୁ ଘରୁ ଦହି ଓ ଚିନି ଖାଇ କରି ଦିଅନ୍ତୁ।
ଘରୁ ବାହାରିବା ପୂର୍ବରୁ ହାତରେ ରୁଟି ନେଇ ଯାଆନ୍ତୁ। ରାସ୍ତାରେ ଗାଈ କିମ୍ବା କାଉଙ୍କୁ ସେହି ରୁଟି ଖାଇବାକୁ ଦିଅନ୍ତୁ।
ଘରୁ ଯିବା ପୂର୍ବରୁ ଅଇନାରେ ନିଜ ମୁହଁ ନିଶ୍ଚୟ ଦେଖନ୍ତୁ। ଏହା ଖୁବ ଶୁଭ ଫଳ ପ୍ରଦାନ କରିଥାଏ।
ଘରୁ ବାହାରିବା ପୂର୍ବରୁ ଶ୍ରୀ ଗଣେଶାୟ ନମଃ କହି ଯାଆନ୍ତୁ।
ଶୁଭ କାର୍ଯ୍ୟରେ ଯିବା ପୂର୍ବରୁ ଗୁଡ ଖାଇ ଓ ଅଳ୍ପ ପାଣି ପିଇ ଯାଆନ୍ତୁ।
ଘରୁ ବାହାରିବା ପୂର୍ବରୁ ନିଜର ଇଷ୍ଟଦେବତାଙ୍କୁ ପ୍ରଣାମ ଓ ପୂଜା କରି ଯାଆନ୍ତୁ।
କୌଣସି କାର୍ଯ୍ୟରେ ସଫଳତା ପାଇଁ ଘରୁ ଯିବା ସମୟରେ କିଛି ଗୋଲମରିଚ ରଖି ତାହା ଉପରେ ଗୋଡ ଲଗାଇ ଯାଆନ୍ତୁ।






More Stories
ସମ୍ପର୍କରେ ଭଲ ବୁଝାମଣା ରହିବ…..
କାମରେ ସଫଳତା ମିଳିବ……
ଶୁଭଫଳ ମିଳିବ…..