ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ସାରା ବିଶ୍ୱରେ କରୋନା ଧିରେ ଧିରେ କାୟା ବଢାଇବାରେ ଲାଗିଛି । ଅନେକ ଦେଶରେ ସଂକ୍ରମଣ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ବେଳେ କିଛି କିଛି ସ୍ଥାନରେ ଲକ୍ଡାଉନ୍ ହେବାରେ ଲାଗିଛି । ଏହାର ପ୍ରକୋପ ମିସ୍ ୱାର୍ଲ୍ଡ ୨୦୨୧ରେ ଉପରେ ମଧ୍ୟ ପଡିଛି । ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ଅନେକ ପ୍ରତିଯୋଗୀ ଏବଂ କର୍ମଚାରୀମାନେ ମଧ୍ୟ ମହାମାରୀ କରୋନା ସଂକ୍ରମଣ ହୋଇଛନ୍ତି । ଯାହା ଫଳରେ ଅଧାରୁ ଅଧିକ ଟେଷ୍ଟ କରିବାରେ ରିପୋର୍ଟ ପଜିଟିଭ୍ ଆସିଛି । ସେଥିମଧ୍ୟରୁ ବଡ କଥା ହେଲା ଭାରତର ମନସା ବାରାଣାସୀ ମଧ୍ୟ ସାମିଲ୍ ଅଛନ୍ତି। ଯାହା ପରେ ମିସ୍ ୱାର୍ଲ୍ଡ ପ୍ରତିଯୋଗିତା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି । ମିସ୍ ୱାର୍ଲ୍ଡ ବ୍ୟୁଟି ପିଜେଣ୍ଟ ଅଫିସିଆଲ୍ ସୋସିଆଲ୍ ମିଡିଆ ପେଜ୍ରୁ ସୂଚନା ଦିଆଯାଇଥିଲା ଯେ ସୁରକ୍ଷାକୁ ଦୃଷ୍ଟିରେ ରଖି ଇଭେଣ୍ଟକୁ ସ୍ଥଗିତ ରଖାଯାଇ ଥିବା ସୂଚନା ମିଳିଛି । ମିସ୍ ୱାର୍ଲ୍ଡର ଗ୍ରାଣ୍ଡ୍ ଫାଇନାଲ୍ ଆଜି ପୁଏର୍ତୋ ରିକୋରେ ହେବାକୁ ଥିଲା । ଏନେଇ ଆୟୋଜକମାନେ ଏହା କହିଛନ୍ତି ଯେ ସ୍ୱାସ୍ଥ୍ୟ ଏବଂ ନିରାପତ୍ତା ଚିନ୍ତାଧାରାକୁ ଦୃଷ୍ଟିରେ ରଖି ଏହାକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଛି। ୯୦ ଦିନ ମଧ୍ୟରେ ପୁଏର୍ତୋ ରିକୋରେ ଏହି ପ୍ରତିଯୋଗିତା ପୁନଃ ଆରମ୍ଭ ହେବ । ମିସ୍ ୱାର୍ଲ୍ଡ ୨୦୨୧ କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ଡାକ୍ତରୀ ବିଶେଷଜ୍ଞ ଏବଂ ପୁଏର୍ତୋ ରିକୋ ସ୍ୱାସ୍ଥ୍ୟ ବିଭାଗର ଏକ ମିଟିଂ ପରେ ଏହି ନିଷ୍ପତ୍ତି ନିଆଯାଇଛି।






More Stories
ଶରିଫ ଉସମାନଙ୍କ ହତ୍ୟା ପଛରେ ୟୁନୁସଙ୍କ ହାତ ଅଭିଯୋଗ……
ବଳାତ୍କାରୀଙ୍କୁ ଜାମିନ,ପୀଡ଼ିତାଙ୍କ ସହ ଅପରାଧୀ ଭଳି ବ୍ୟବହାର…..
ସାନ୍ତାଳୀ ଭାଷାରେ ସମ୍ବିଧାନ ପ୍ରକାଶ…..