Report Card Odisha

| Daily Odia News

ୟୁକ୍ରେନ ଉପରେ କ୍ଷେପଣାସ୍ତ୍ର ମାଡ଼…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ୟୁକ୍ରେନ ଉପରେ ଭୟଙ୍କର ମିସାଇଲ ମାଡ଼ ହୋଇଛି । ୟୁକ୍ରେନ ଭିତ୍ତିଭୂମି ଉପରେ ରୁଷ୍‌ ଗତକାଲି ୩୬ଟି କ୍ଷେପଣାସ୍ତ୍ର ମାଡ଼ କରିଛି। ପୂର୍ବାଞ୍ଚଳ ସହର ବାଖମୁଟରେ ସମସ୍ତ ଅଞ୍ଚଳରେ ସ୍ଥିତି ଭୟାନକ ରହିଛି ବୋଲି ୟୁକ୍ରେନ ରାଷ୍ଟ୍ରପତି ବୋଲଡିମିର ଜେଲେନ୍‌ସ୍କି କହିଛନ୍ତି। ରୁଷ୍‌ର ମିସାଇଲ ମାଡ଼ ଯୋଗୁଁ ଜଣେ ନାଗକରିଙ୍କ ମୃତ୍ୟୁ ହୋଇଛି ଏବଂ ବ୍ୟାପକ କ୍ଷୟକ୍ଷତି ହୋଇଛି। ଅନେକ ଭିତ୍ତିଭୂମି ଛାରଖାର ହୋଇଯାଇଛି। ୟୁକ୍ରେନର ଜଣେ ସାମରିକ ମୁଖ୍ୟ କର୍ମଚାରୀ କହିଛନ୍ତି, ରୁଷ୍‌ ୩୬ଟି କ୍ରୁଜ୍‌ ମିସାଇଲ ମାଡ଼ କରିଥିଲା। ଏଥିମଧ୍ୟରୁ ୧୬ଟି ମିସାଇଲକୁ ଖସାଇ ଦିଆଯାଇଛି। କୃଷ୍ଣ ସାଗରରୁ ରୁଷ୍‌ ୮ଟି କାଲିବର ମିସାଇଲ ମାଡ଼ କରିଥିଲା। ଉଲ୍ଲେଖଯୋଗ୍ୟ, ୟୁକ୍ରେନ୍‌କୁ ପଶ୍ଚିମ ରାଷ୍ଟ୍ରମାନଙ୍କ ସହାୟତା ବଢ଼ିବା ପରେ ରୁଷ୍‌ ଏହାର ଆକ୍ରମଣକୁ ଜୋରଦାର କରିଛି।

 

 

Breaking News