ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ନିଖୋଜ ଥିବା ମହାରାଷ୍ଟ୍ର ‘ବିଜେପି’ ନେତ୍ରୀ ସନା ଖାନ୍ଙ୍କୁ ସ୍ବାମୀ ହତ୍ୟା କରିଥିବା କଥା ଜବଲପୁର ପୋଲିସ କହିଛି। ମିଳିତ ଅଭିଯାନ ଚଳାଇ ଜବଲପୁର ଓ ନାଗପୁର ପୋଲିସ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଅମିତ ଓରଫ୍ ପପ୍ପୁ ସାହୁଙ୍କୁ ଗିରଫ କରିଛି। ଅମିତଙ୍କୁ ଭେଟିବା ପାଇଁ ସନା ଖାନ୍ ନାଗପୁରରୁ ମଧ୍ୟପ୍ରଦେଶର ଜବଲପୁରକୁ ଯାଇଥିଲେ। ସାନା ଦୁଇ ଦିନ ମଧ୍ୟରେ ଘରକୁ ଫେରିବା କଥା, କିନ୍ତୁ ଫେରି ନ ଥିଲେ। ମଦ ଚୋରାଚାଲାଣ ବ୍ୟବସାୟରେ ସମ୍ପୃକ୍ତ ଥିବା ପପ୍ପୁ ଓ ସନା ଙ୍କ ମଧ୍ୟରେ ବିବାଦ ଚାଲିଥିଲା। ପଚରାଉଚରା କରିବାରୁ ସନାଙ୍କୁ ହତ୍ୟା କରିଥିବା କଥା ପପ୍ପୁ ସ୍ବୀକାର କରିଛି। ସେ କହିଛି ଯେ, ଘରେ ସେ ସନାକୁ ପିଟି ପିଟି ମାରି ପକାଇଥିଲେ। ତା’ପରେ ତା’ର ଶବକୁ ନେଇ ଜବଲପୁରଠାରୁ ପ୍ରାୟ ୪୫ କିଲୋମିଟର୍ ଦୂରରେ ହିରଣ ନଦୀରେ ଫିଙ୍ଗିଦେଇଥିଲେ। ଏକଥା ଜାଣିବା ପରେ ପୋଲିସ ଗିରଫ ହୋଇଥିବା ଅଭିଯୁକ୍ତଙ୍କୁ ନେଇ ଘଟଣାସ୍ଥଳରେ ପୁଙ୍ଖାନୁପୁଙ୍ଖ ତଦନ୍ତ ଆରମ୍ଭ କରିଛି। ପୋଲିସ କହିବା ଅନୁସାରେ, ସାନା ଓ ପପ୍ପୁ ବିବାହ କରିଥିଲେ। ଏହି ଘଟଣାରେ ଅନ୍ୟଜଣଙ୍କ ସମ୍ପୃକ୍ତି ଥିବା ନେଇ ପୋଲିସ ପକ୍ଷରୁ ସୂଚନା ମିଳିଛି |






More Stories
ଠିକ୍ ସମୟରେ କାମ ନହେଲେ କାର୍ଯ୍ୟାନୁଷ୍ଠାନ…..
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……