Report Card Odisha

| Daily Odia News

ବିଡିଓଙ୍କୁ ଦୁର୍ବ୍ୟବହାର:ତଦନ୍ତ ନିର୍ଦ୍ଦେଶ…..

ରିପୋର୍ଟ କାର୍ଡ / ରାଜନଗର

କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବିଡିଓ ତିଳୋତ୍ତମା ପୃଷ୍ଟିଙ୍କୁ ତାଙ୍କ କାର୍ଯ୍ୟାଳୟରେ ଆକ୍ରମଣ ଉଦ୍ୟମ ଘଟଣାରେ ଜିଲ୍ଲାପାଳ ତଦନ୍ତ ନିର୍ଦେଶ ଦେଇଛନ୍ତି। ଓଏଏସ୍‌ ସଂଘର ଅଭିଯୋଗ ପରେ ଜିଲ୍ଲାପାଳ ଏଭଳି ନିଷ୍ପତ୍ତି ନେଇଛନ୍ତି। ବ୍ଲକ୍ ଚେୟାରମ୍ୟାନଙ୍କ ପକ୍ଷରୁ ଅଭିଯୁକ୍ତଙ୍କ ନାଁରେ ଏତଲା ହୋଇଛି। ସୂଚନା ମୁତାବକରାଜନଗର ନିର୍ବାଚନ ମଣ୍ଡଳୀର ବିଜେପି ନେତା ତଥା ୨୦୨୪ରେ ବିଜେପି ଟିକଟରୁ ବିଧାୟକ ପ୍ରାର୍ଥୀ ହୋଇଥିବା ଲଳିତ ବେହେରା ତାଙ୍କ ଉପରକୁ କମ୍ପ୍ୟୁଟର ଫିଙ୍ଗି ମାରି ଦେବାକୁ ଉଦ୍ୟମ କରାଯାଇଥିଲା। ବିଡିଓଙ୍କ ସୁରକ୍ଷା ଦେବା ପାଇଁ ଏସ୍‌‌ପିଙ୍କ ସହ ଜିଲାପାଳ ଆଲୋଚନା କରିଥିଲେ। ବିଡିଓ ତିଳୋତ୍ତମା ପୃଷ୍ଟି ଘଟଣା ସମ୍ପର୍କରେ ଜିଲାପାଳ ରଘୁରାମ ଆର. ଆୟରଙ୍କୁ ଲିଖିତ ଭାବେ ଜଣାଇଥିଲେ। ରାଜନଗର ପଞ୍ଚାୟତ ସମିତି ଅଧ୍ୟକ୍ଷା ପ୍ରତିଭା ପାତ୍ର ଏ ନେଇ ରାଜନଗର ଥାନାରେ ବିଜେପି ନେତା ଲଳିତ ବେହେରାଙ୍କ ବିରୋଧରେ ଏତଲା ଦେଇଥିଲେ। ସେ ତାଙ୍କ ଏତଲାରେ ଦର୍ଶାଇଛନ୍ତି ​‌ଯେ, ଶୁକ୍ରବାର ମଧ୍ୟାହ୍ନ ପ୍ରାୟ ୧୨ଟା ୩୦ରେ ଲଳିତ ବେହେରା ତାଙ୍କର ୨୦/୨୨ ଜଣ ସମର୍ଥକଙ୍କ ସହ ବିଡିଓଙ୍କ କାର୍ଯ୍ୟାଳୟକୁ ଆସିଥିଲେ। ବେଆଇନ ଭାବେ କେତେକ ସରକାରୀ କାର୍ଯ୍ୟ କରିବା ପାଇଁ ବିଡିଓଙ୍କୁ ବାଧ୍ୟ କରିଥିଲେ। ତେବେ ଏହି ବେଆଇନ କାର୍ଯ୍ୟ କରିବେ ନାହିଁ ବୋଲି ବିଡିଓ ରୋକ୍‌ଠୋକ ମନା କରିଥିଲେ। ଏଥିରେ ଉତ୍‌‌କ୍ଷିପ୍ତ ହୋଇ ଲଳିତ ବେହେରା ବିଡିଓ ଶ୍ରୀମତୀ ପୃଷ୍ଟିଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ତାଙ୍କ ଉପରକୁ କମ୍ପ୍ୟୁଟର ଫିଙ୍ଗିଥିଲେ।ହୋହାଲ୍ଲା ଶୁଣି ବିଡିଓଙ୍କ କାର୍ଯ୍ୟାଳୟର କର୍ମଚାରୀମାନେ ଘଟଣାସ୍ଥଳକୁ ଆସିଯିବାରୁ ଲଳିତ ବେହେରା ଓ ତାଙ୍କ ସମର୍ଥକ ଘଟଣାସ୍ଥଳରୁ ଚାଲିଯାଇଥିଲେ। ଏହି ଘଟଣାର ସମସ୍ତ ଦୃଶ୍ୟ ବିଡିଓଙ୍କ କାର୍ଯ୍ୟାଳୟରେ ଥିବା ସିସିଟିଭିରେ ରେକର୍ଡିଂ ହୋଇଛି। ଏହି ଘଟଣା ନେଇ ବିଜେଡି କର୍ମୀ ଶନିବାର ବିଡିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ। ଅନ୍ୟପକ୍ଷରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ଶନିବାର ଭିତରକନିକା ବୁଲି ଫେରୁଥିବା ଖବର ପାଇ ବିଜେଡି କର୍ମୀ ଶ୍ରୀମତୀ ପରିଡ଼ାଙ୍କୁ ବାଟରେ ଅଟକାଇ ବିଡିଓଙ୍କୁ ନ୍ୟାୟ ଦେବାକୁ ଦାବି କରିଥିଲେ। ଆଜି ଜିଲ୍ଲାପାଳ ଏହି ଘଟଣାରେ ତଦନ୍ତ ନିର୍ଦେଶ ଦେଇଛନ୍ତି।

Breaking News