ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମନ୍ତ୍ରୀ ଏବଂ ବିଧାୟକଙ୍କ ପାଇଁ ଖୁସି ଖବର। କାରଣ ଦିଲ୍ଲୀ ମନ୍ତ୍ରୀ ଓ ବିଧାୟକଙ୍କର ଦରମା ବୃଦ୍ଧି କରାଯାଇଛି। ବୃଦ୍ଧି ପାଇଥିବା ଦରମା ଅନୁଯାୟୀ ବର୍ତ୍ତମାନ ବିଧାୟକମାନେ ପ୍ରତି ମାସରେ ୯୦ ହଜାର ଟଙ୍କା ପାଇବେ। ଏଥିସହିତ ମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ଦରମା ମାସକୁ ୧.୭୦ଲକ୍ଷ ଟଙ୍କା କରାଯାଇଛି। ୨୦୨୨ ଜୁଲାଇ୪ ତାରିଖରେ ଦିଲ୍ଲୀ ବିଧାନସଭାରେ ବିଧାୟକ ଏବଂ ମନ୍ତ୍ରୀଙ୍କ ଦରମା ବୃଦ୍ଧି ପାଇଁ ୫ଟି ପ୍ରସ୍ତାବ ପାରିତ କରାଯାଇଥିଲା। ଏହି ପ୍ରସ୍ତାବରେ ରାଷ୍ଟ୍ରପତି ମଞ୍ଜୁରୀ ଦେଇଥିଲେ। ମଞ୍ଜୁରୀ ପାଇବାପରେ ଦିଲ୍ଲୀ ସରକାରଙ୍କ ଆଇନ ବିଭାଗ ଦରମା ବୃଦ୍ଧି ପାଇଁ ବିଜ୍ଞପ୍ତି ଜାରି କରିଛନ୍ତି। ଏହି ବିଜ୍ଞପ୍ତି ଅନୁଯାୟୀ, ବିଧାୟକମାନେ ମାସକୁ ୫୪,୦୦୦ଟଙ୍କା ପାଉଥିଲେ। ଏବେ ବିଧାୟକମାନଙ୍କ ଦରମା ୬୭ ପ୍ରତିଶତ ବୃଦ୍ଧିପାଇ ୯୦,୦୦୦ଟଙ୍କା ରହିଛି। ସେହିପରି ସରକାରୀ ମନ୍ତ୍ରୀମାନେ ବର୍ତ୍ତମାନ ପର୍ଯ୍ୟନ୍ତ ମାସକୁ ବେତନ ଭାବେ ୭୨ ହଜାର ଟଙ୍କା ପାଉଥିଲେ। ଏବେ ସେମାନଙ୍କର ଦରମାରେ ୧୩୬.୧୧ ପ୍ରତିଶତ ବୃଦ୍ଧି କରାଯାଇଛି। ଫଳରେ ଆଗାମୀ ଦିନରେ ସରକାରୀ ମନ୍ତ୍ରୀମାନେ ମାସକୁ ୧.୭୦ ଲକ୍ଷ ଟଙ୍କା ପାଇବେ।






More Stories
EV କିଣୁଥିବା ଗ୍ରାହକ ଖୁସି!…..
ଏପ୍ରିଲରୁ ନୂଆ ଆୟକର ନିୟମ…..
ଦେଶରେ ସଂସ୍କାର ଏକ୍ସପ୍ରେସ୍ ଆରମ୍ଭ…..