ରିପୋର୍ଟ କାର୍ଡ / ଭୁବନେଶ୍ଵର
ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ହାଇକୋର୍ଟରୁ ମିଳିଲା ସର୍ତ୍ତମୂଳକ ଜାମିନ | ତିନୋଟି ମାମଲାରେ ପ୍ରଦୀପଙ୍କୁ ମିଳିଛି ସର୍ତ୍ତମୂଳକ ଜାମିନ । ଦୁଇ ଲକ୍ଷ ଟଙ୍କାର ଦୁଇ ଜଣ ଜାମିନଦାର ବଦଳରେ ବିଧାୟକଙ୍କୁ ଜାମିନ ପ୍ରଦାନ କରାଯାଇଛି । ତାଙ୍କୁ ଏବେ ଟାଟା କମ୍ପାନୀରେ ଚାକିରି କରାଇଦେବା ନାଁରେ ଠକେଇ ମାମଲାରେ ଜାମିନ ମିଳିଛି। ଜାମିନ ସର୍ତ୍ତ ପୂରଣ କଲେ ନିମ୍ନ ଅଦାଲତ ତାଙ୍କୁ ଜାମିନରେ ଛାଡ଼ିବେ ବୋଲି ହାଇକୋର୍ଟ କହିଛନ୍ତି । ଏୟାଙ୍କ ସହ କୌଣସି ମାମଲା ସମ୍ପର୍କରେ ଗଣମାଧ୍ୟମକୁ ବିବୃତ୍ତି ନଦେବାକୁ ମଧ୍ୟ ହାଇକୋର୍ଟ ତାଗିଦ କରିଛନ୍ତି। ସୂଚନାଯୋଗ୍ୟ, ପ୍ରଦୀପ ପୂର୍ବରୁ କ୍ରାଇମବ୍ରାଞ୍ଚ ଦ୍ବାରା ଦାୟର ଏକ ମାମଲାରେ ଜାମିନ ପାଇସାରିଛନ୍ତି ।






More Stories
ଓଏଏସ୍ ସ୍ତରରେ ଅଦଳବଦଳ…..
ଆଜି ଇସ୍ତଫା ଦେବେ ନୀତୀଶ…..
କଂଗ୍ରେସ ଛାଡ଼ି ପାରନ୍ତି ସୋଫିଆ ଫିର୍ଦୋସ…..