Report Card Odisha

| Daily Odia News

ବ୍ରଜରାଜନଗର ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି….

ରିପୋର୍ଟ କାର୍ଡ / ଝାରସୁଗୁଡ଼ା

ବ୍ରଜରାଜନଗର ଉପନିର୍ବାଚନ ପାଇଁ ପ୍ରତ୍ୟେକ ଦଳ ନିଜ ନିଜର ବିଧାୟକ ପ୍ରାର୍ଥୀ ଚୟନ କରିବାରେ ଲାଗିପଡିଥିବା ବେଳେ ଆଜି ବିଜେପି ବିଧାୟକ ପାର୍ଥୀ ଘୋଷଣା କରିଛି | ଦଳ ପକ୍ଷରୁ ରାଧାରାଣୀ ପଣ୍ଡାଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି | ସୂଚନା ଅନୁସାରେ ବ୍ରଜରାଜନଗରର ପୂର୍ବତନ ବିଧାୟିକା ହେଉଛନ୍ତି ରାଧାରାଣୀ ପଣ୍ଡା । ସେହପରି ମେ’ ୭ରେ ବ୍ରଜରାଜନଗର ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ । କିଶୋର ପଟେଲଙ୍କୁ ବିଧାୟକ ପ୍ରାର୍ଥୀ କରିବାକୁ କଂଗ୍ରେସ ନିଷ୍ପତ୍ତି ନେଇଛି । ଏନେଇ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ସୂଚନା ଦେଇଛନ୍ତି । ଆମେ ସବୁ ତାଙ୍କ ପାଇଁ ଲଢ଼ିବୁ ବୋଲି ବିଧାୟକ ସନ୍ତୋଷ କହିଛନ୍ତି । ତେବେ ବ୍ରଜରାଜନଗର ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ରିଟର୍ଣ୍ଣିଂ ଅଫିସର ତଥା ଉପଜିଲ୍ଲାପାଳଙ୍କ ପକ୍ଷରୁ ଏହି ବିଜ୍ଞପ୍ତି ପ୍ରକାଶ ପାଇଥିବା ଜଣାପଡିଛି । ବିଜ୍ଞପ୍ତି ଅନୁସାରେ, ଚାରି ମେ’ରୁ ୧୧ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ଦାଖଲ ହୋଇପାରିବ । ମେ ୧୨ରେ ନାମାଙ୍କନ ପତ୍ର ଯାଞ୍ଚ ଏବଂ ୧୭ରେ ପ୍ରତ୍ୟାହାରରେ ଶେଷ ଦିନ । ଏହାପରେ ମେ ୩୧ରେ ବ୍ରଜରାଜନଗରରେ ଭୋଟ ଦାନ୍ । ଜୁନ୍ ୩ରେ ଗଣତି ଓ ଫଳାଫଳ ।

Breaking News