ରିପୋର୍ଟ କାର୍ଡ / ସମ୍ବଲପୁର
ଓଏପିଏଫ୍ ଯବାନଙ୍କୁ ମାଡ଼ ମାରି ବା ମହଙ୍ଗା ପଡିଛି ବାପପୁଅଙ୍କୁ | ଏଭଳି ଘଟିଛି ସମ୍ବଲପୁର ଜିଲ୍ଲା ରେଙ୍ଗାଲି ଥାନା ଅଞ୍ଚଳରେ। ଗତକାଲି ପୋଲିସ ଦୁଇ ଅଭିଯୁକ୍ତ ମନୋରଞ୍ଜନ ସାହୁ ଓ ତାଙ୍କ ପୁଅ ଅଙ୍କିତ ସାହୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲକୁ ପଠାଇ ଦିଆଯାଇଛି। ସୂଚନା ଅନୁସାରେ, ରେଙ୍ଗାଲି ଥାନା ଅଞ୍ଚଳରେ ମନୋରଞ୍ଜନଙ୍କର ଏକ ହୋଟେଲ ଅଛି। ଗତ ଶୁକ୍ରବାର ଦିନ ଓଏପିଏଫ୍ ଯବାନ ବଂଶୀ ଶବର ଉକ୍ତ ହୋଟେଲକୁ ଖାଇବାକୁ ଯାଇଥିଲେ। ସେଠାରେ ହଠାତ୍ ବାପପୁଅ ତାଙ୍କୁ ଆକ୍ରମଣ କରିଥିଲେ। ଏନେଇ ଯବାନ ଜଣଙ୍କ ରେଙ୍ଗାଲି ଥାନାରେ ଅଭିଯୋଗ କରିଥିଲେ। ବାହାରେ ଲାଗିଥିବା ସିସିଟିଭି ଫୁଟେଜ ଆଧାରରେ ଗତକାଲି ପୋଲିସ ମନୋରଞ୍ଜନ ଓ ତାଙ୍କ ପୁଅକୁ ଗିରଫ କରିଥିଲା। ଉଭୟ ବାପ-ପୁଅଙ୍କ ନାମରେ ପୂର୍ବରୁ ମଧ୍ୟ ଥାନାରେ ମାମଲା ରହିଛି। ସଂପୃକ୍ତ ଯବାନଙ୍କୁ ମଦ୍ୟପ ଭାବି ବାପପୁଅ ଆକ୍ରମଣ କରିଥିବା ସୂଚନା ମିଳିଛି।






More Stories
ମହିଳାଙ୍କୁ ଟାଣିନେଲା କୁମ୍ଭୀର…..
ବାପାର ଜୀବନ ନେଲା ପୁଅ…..
ଏସିଏଫ ସୋମ୍ୟରଞ୍ଜନ ମୃତ୍ୟୁ ମାମଲା: ଜେଲ୍ ଗଲେ ସଂଗ୍ରାମ କେଶରୀ ବେହେରା…..