ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜି ବିଧାନସଭା ବଜେଟ ଅଧିବେଶନର ଶେଷ ଦିନ । ଗୃହରୁ ବାହାରିବା ବେଳେ ଭାବବିହ୍ୱଳ ହୋଇଛନ୍ତି ଜଟଣୀ ବିଧାୟକ ସୁର ରାଉତରାୟ। ଶେଷ ଦିନରେ ବିଧାନସଭାକୁ ମୁଣ୍ଡିଆ ମାରି ବାହାରିଛନ୍ତି । ଆଗକୁ ନିର୍ବାଚନ ଲଢିବେ ନାହିଁ ବୋଲି ନିଷ୍ପତି ନେଇଥିବାରୁ ଆଉ ବିଧାନସଭାକୁ ଆସିବେ ନାହିଁ ବୋଲି କହିଛନ୍ତି। ଏଥିପାଇଁ ଗୃହକୁ ମୁଣ୍ଡିଆ ମାରି ବିଦାୟ ନେଇଛନ୍ତି। ୧୯୭୭ରେ ପ୍ରଥମ ଥର ବିଧାୟକ ହୋଇ ବିଧାନସଭାକୁ ଆସିଥିଲେ। ସବୁବେଳେ ଜଟଣୀ ନିର୍ବାଚନମଣ୍ଡଳୀର ଲୋକଙ୍କ ପାଇଁ ସ୍ୱର ଉଠାଇବା ସହ ଲୋକଙ୍କ ହିତ ପାଇଁ କାମ କରିଆସିଛନ୍ତି। କିନ୍ତୁ ୨୦୨୪ ନିର୍ବାଚନରେ ଜଟଣୀରୁ ସାନ ପୁଅକୁ ପ୍ରାର୍ଥୀ କରିବାକୁ ସେ ପୂର୍ବରୁ ଘୋଷଣା କରିଛନ୍ତି।






More Stories
ଭୁବନେଶ୍ୱର ଗଣବଳାତ୍କାର:ଝିଅମାନେ ରାତି ୮ଟା ପରେ…..
ବଢ଼ିବ ଜମି ମୂଲ୍ୟ…..
ବିଶ୍ଵସନୀୟତା ହରାଉଛି ସରକାର….