ରିପୋର୍ଟ କାର୍ଡ / ଭୁବନେଶ୍ୱର
ମାର୍ଚ୍ଚ ୮ ତାରିଖ ଅର୍ଥାତ ଆସନ୍ତାକାଲି ହୋଲି ଉତ୍ସବ | ଏହାକୁ ଦୃଷ୍ଟିରେ ରଖି ପ୍ରଥମାର୍ଦ୍ଧରେ ରାଜଧାନୀ ଅଂଚଳ ଓ ରାଉରକେଲାରେ ମୋ’ ବସ୍ ସେବା ବନ୍ଦ ରହିବ । କ୍ରୁଟ୍ ଅଫିସିଆଲ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଅପଲୋଡ୍ କରାଯାଇଥିବା ସଂଶୋଧିତ ସାରଣୀ ଅନୁଯାୟୀ ଦିନର ଦ୍ୱିତୀୟାର୍ଦ୍ଧରେ ମୋ ବସ୍ ସେବା କାର୍ଯ୍ୟକ୍ଷମ ହେବ । ଆସନ୍ତା ମାର୍ଚ୍ଚ ୮ ତାରିଖରୁ ଭୁବନେଶ୍ୱରରେ ଚଳାଚଳ କରୁଥିବା ମୋ’ ଇ-ରାଇଡ୍ ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିବ ।ବୁଧବାର ହୋଲି ପାଳନ ହେବାକୁ ଥିବା ବେଳେ ଏ ନେଇ ମୋ ବସ୍ ସେବା ବନ୍ଦ ରହିବ। ଏହା ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ ରହିବାକୁ ଥିବା ବେଳେ ପରେ ସ୍ବାଭାବିକ ହେବା ନେଇ ସୂଚନା ମିଳିଛି।






More Stories
ମା’କୁ ଜାଳିଦେଲେ ପୁଅ…..
ମୁଖ୍ୟମନ୍ତ୍ରୀଙ୍କୁ ସୁଆଦ ବିଞ୍ଝାରପୁର ଦେଶୀଗାଈ କ୍ଷୀର…..
ସାଢ଼େ ୬ ଘଣ୍ଟା ପରେ ନଦୀରୁ ବାହାରିଲା କାର……