ରିପୋର୍ଟ କାର୍ଡ / ଭୁବନେଶ୍ୱର
ଶୁକ୍ରବାର ସନ୍ଧ୍ୟା ୫ଟାରେ ‘ମୋ ବସ୍’ର ଦୁଇଟି ଡିପୋକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗୋଟିଏ ଭୁବନେଶ୍ୱର ପଟିଆ ଓ ଅନ୍ୟଟି ଭଗବାନପୁରରେ ରହିଛି । ‘ମୋ ବସ୍’ ପାଇଁ କରାଯାଇଥିବା ଦୁଇଟି ଅତ୍ୟାଧୁନିକ ଡିପୋ ମଧ୍ୟରେ ବସ୍ ରହିବା ସହ ତେଲ ପକାଇବା ବ୍ୟବସ୍ଥା କରାଯାଇଛି । ଏଥିସହ ବସଗୁଡ଼ିକୁ ମେସିନ୍ ଜରିଆରେ ଅଳ୍ପ ସମୟରେ ପରିଷ୍କାର କରାଯିବା ବ୍ୟବସ୍ଥା ବି ଏହି ଡିପୋରେ ରହିଛି । ଦୁଇ ବର୍ଷ ତଳୁ ଏହି ଦୁଇଟି ଡିପୋର କାମ ଆରମ୍ଭ ହୋଇଥିଲା । ଆଜି ଏହାର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।






More Stories
ଡିଏଭି କଳିଙ୍ଗନଗରରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ….
ବିଧାନସଭା ପରିସରରେ ଗାନ୍ଧୀ ଜୟନ୍ତୀ ପାଳିତ…..
ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କଲେ ରାଜ୍ୟପାଳ…..