Report Card Odisha

| Daily Odia News

ମୋବାଇଲ ପାଇଁ ନାବାଳକର ଆତ୍ମହତ୍ୟା…..

ରିପୋର୍ଟ କାର୍ଡ / କୋରାପୁଟ

ମୋବାଇଲ ଛଡ଼ାଇ ନେବାରୁ ନାବାଳକର ଆତ୍ମହତ୍ୟା କରିଛି। ଏଭଳି ଅଭାବନୀୟ ଘଟଣାଘଟିଛି କୋରାପୁଟ ସହରର ଗୌତମନଗରରେ। ନାବାଳକ ଜଣକ ହେଉଛନ୍ତି ଶ୍ରୀନିବାସ ରାଓଙ୍କ ପୁଅ ବି.ମନୋହର ୧୩ ବର୍ଷର। ମନୋହର ଅଷ୍ଟମ ଶ୍ରେଣୀରେ କୋରାପୁଟସ୍ଥିତ ସେଣ୍ଟ ଜାଭିୟରରେ ପାଠ ପଢ଼ୁଥିଲେ। କରୋନା ଯୋଗୁଁ ବିଦ୍ୟାଳୟରେ ପାଠପଢ଼ା ବନ୍ଦ ରହିଥିବାରୁ ସେ ମୋବାଇଲରେ ଅନଲାଇନ୍ କ୍ଲାସ କରିଥାନ୍ତି। ଅଧିକାଂଶ ସମୟରେ ସେ ମୋବାଇଲରେ ଗେମ୍ ଖେଳୁଥିଲେ। ଏନେଇ ପରିବାର ଲୋକେ ତାଙ୍କୁ ବୁଝାଇଥିଲେ ମଧ୍ୟ ସେ ଶୁଣୁନଥିଲେ। ମଙ୍ଗଳବାର ଦିନ ପରିବାର ଲୋକ ତାଙ୍କଠାରୁ ମୋବାଇଲ ଛଡ଼ାଇ ନେଇଥିଲେ। ଏହାପରେ ମନୋହର ରାଗିଯାଇ ଏକ ରୁମରେ ପଶି ଭିତରୁ କବାଟ ବନ୍ଦ କରିଦେଇ ଶାଢ଼ି ବାନ୍ଧି ଫ୍ୟାନରେ ଝୁଲିପଡ଼ି ଆତ୍ମହତ୍ୟା କରିଥିଲେ। ପରିବାର ଲୋକେ ବହୁ କଷ୍ଟରେ କବାଟ ଖୋଲି ଗୁରୁତର ଅବସ୍ଥାରେ ଉଦ୍ଧାର କରି ତାଙ୍କୁ ଚିକିତ୍ସା ପାଇଁ କୋରାପୁଟ ମେଡ଼ିକାଲକୁ ନେଇଥିଲେ। ମାତ୍ର ସେଠାରେ ମନୋହରଙ୍କ ମୃତ୍ୟୁ ହୋଇଥିଲା। ଖବରପାଇ ଟାଉନଥାନା ପୋଲିସ ହସ୍ପିଟାଲରେ ପହଞ୍ଚି ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଏନେଇ ୧୦୫/୨୧ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚାଲିଥିବା ଟାଉନ ଥାନା ପକ୍ଷରୁ ସୂଚନା ଦିଆଯାଇଛି।

 

Breaking News