ରିପୋର୍ଟ କାର୍ଡ / ସୁବର୍ଣ୍ଣପୁର
ବର୍ତ୍ତମାନ ସମୟରେ ମୋବାଇଲ ଗେମ୍ ପ୍ରେମରେ ଯୁବପିଢ଼ି | ଅସାବଧାନତା ଯୋଗୁ ମୋବାଇଲ ଗୁଡ଼ିକ ଗରମ ହୋଇ ଫାଟି ଯାଉଛି। ଫ୍ରି ଫାୟାର ଗେମ୍ ଖେଳୁଥିବା ବେଳେ ମୋବାଇଲ୍ ବ୍ଲାଷ୍ଟ କରିଛି । ଏଥିରୁ ଅଳ୍ପକେ ବର୍ତ୍ତିଯାଇଛି ଯୁବକଙ୍କ ଜୀବନ। ଏପରି ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲାରେ। ବିନିକା ବ୍ଲକ ମହଦା ପଞ୍ଚାୟତ କେନପାଲି ଗାଁର ୨୨ ବର୍ଷୀୟ ଯୁବକ ପୁରୁଣ ଜାଲ ମୋବାଇଲକୁ ତଳେ ରଖି ଫ୍ରି’ ଫାୟାର ଗେମ୍ ଖେଳୁଥିଲେ। ସେହି ସମୟରେ ହଠାତ୍ ମୋବାଇଲଟି ବ୍ଲାଷ୍ଟ କରିଥିଲା। ବ୍ଲାଷ୍ଟ ପରେ ମୋବାଇଲ୍ଟି ଛିନ୍ଛତର ହୋଇଯାଇଥିଲା। ହେଲେ ଅଳ୍ପକେ ବର୍ତ୍ତି ଯାଇଥିଲା ଯୁବକଙ୍କ ଜୀବନ।






More Stories
ସାରା ରାଜ୍ୟ ଉପରେ ରହିବ ସରକାରଙ୍କ ନଜର….
ଆଜି ଆସାମ,କେରଳ ଓ ପୁଡୁଚେରୀ ନିର୍ବାଚନ…..
୯ ପୋଲିସ ଅଧିକାରୀ ପାଇବେ ଫାଶୀ…..