ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ନିଜର ପ୍ରାଇଭେଟ୍ ପାର୍ଟରେ ଗୁଳି ଚଳାଇଲେ ମହିଳା ମଡେଲ୍ | ଆମେରିକାର ଜର୍ଜିଆରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେଉଁଠାରେ ଜଣେ ମହିଳା ମଡେଲ୍ ନିଜ ଭୁଲ ପାଇଁ ସହିତ ତାଙ୍କର ପ୍ରାଇଭେଟ୍ ପାର୍ଟକୁ ସୁଟ୍ କରି ଦେଇଛନ୍ତି । ଯେତେବେଳେ ମଡେଲ ଜଣଙ୍କ ହାତରେ ବନ୍ଧୁକ ଧରି ଏକ ଭିଡିଓ ସୁଟିଂ କରୁଥିଲେ, ସେହି ସମୟରେ ଏହି ଦୁର୍ଘଟଣା ତାଙ୍କ ସହିତ ଘଟି ଯାଇଥିଲା । ରିପୋର୍ଟ ଅନୁଯାୟୀ, ଦୁର୍ଘଟଣାର ଖବର ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମଡେଲଙ୍କୁ ଉଦ୍ଧାର କରି ବନ୍ଧୁକକୁ ଜବତ କରିଛି । ଜଣାପଡିଛି ଯେ ମଡେଲ୍ ଜଣଙ୍କ ଅଳ୍ପ ଆହତ ହୋଇଥିବା ଜଣାପଡିଛି। ଏନେଇ ମଡେଲ ନିଜେ ସ୍ୱୀକାର କରିଛନ୍ତି ଯେ ଭୁଲରେ ଏହା ତାଙ୍କ ସହ ଘଟିଛି, ବନ୍ଧୁକରେ ଗୁଳି ଅଛି ବୋଲି ସେ ଜାଣି ନଥିଲେ। ଅନ୍ୟପଟେ ଘଟଣାକୁ ନେଇ ପୋଲିସ ଅଧିକାରୀ କହିଛନ୍ତି ଯେ ମହିଳା ଜଣକ ହଠାତ୍ ନିଜକୁ ଗୁଳି କରି ଆହତ ହୋଇଥିଲେ। କିନ୍ତୁ ତଦନ୍ତରୁ ଜଣାପଡିଛି ଯେ ସେ ଉଦ୍ଦେଶ୍ୟମୂଳକ ଭାବେ ଏହା କରିନାହାଁନ୍ତି। ମହିଳା ଜଣଙ୍କ ନିଜ ଉପରକୁ ଚଳାଇଥିବା ଗୁଳିଟି ୯ ମିମିର ଥିଲା। ତେବେ ଗୁଳିଟି ମଡେଲଙ୍କ ଶରୀରରେ ପ୍ରବେଶ କରିନଥିଲା। ହେଲେ ଏହାକୁ ନେଇ ଆହୁରି ତଦନ୍ତ ଚାଲିଛି କି ମଡେଲ ଏହି ସୁଟିଂ ବେଳେ ସେ ଭିଡିଓ ରେକର୍ଡିଂ କରୁଥିଲେ ନା ସୋସିଆଲ ମିଡିଆ ପ୍ଲାଟଫର୍ମରେ ଲାଇଭରେ ଥିଲେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।






More Stories
ଦେଶରେ ସଂସ୍କାର ଏକ୍ସପ୍ରେସ୍ ଆରମ୍ଭ…..
ଶରଦ ପାଓ୍ବାରଙ୍କୁ ଝଟକା:ଅଜିତ ଯିବା ପରେ ବଦଳିଗଲା NCP!…..
“ହମ୍ପଟି ଡମ୍ପଟି ବଜେଟ”……